Uncategorized

ମୋ ଜୀବନ ; ମୋ ପସନ୍ଦ

1) ଅଲଗା ମୁବି ବି ଦେଖେ କିନ୍ତୁ ମୋତେ କ୍ରାଇମ ଆଣ୍ଡ ଥ୍ରୀଲ ମୁବି ଭଲ ଲାଗେ ଦେଖିବାକୁ ।* ଉକ୍ତ କଥା ରେ ପୋଲିସ ଚାକିରୀ କରୁଥିବା ମୋର ଜଣେ ବନ୍ଧୁ ମୋତେ ନେଇ ନିଜ ମତାମତ ଦେଲେ “କ୍ରାଇମ ମୁବି ଦେଖୁଛୁ ! ନିଶ୍ଚୟ ଉତ୍ପାତ ମାନସିକତା ତୋର ।—2) ମୁଁ ସବୁ ମିଠା ଖାଏ ତଥାପି ମୋତେ ନଡ଼ିଆ ବରଫି ଭଲ ଲାଗେ ।* ଉକ୍ତ କଥା ରେ ମୋର ଜଣେ ସିନିଅର ମୋତେ ନେଇ ଟିପ୍ପଣୀ କରନ୍ତି ଯେ ” ପ୍ରଣୟ ଆମର ଦେଶୀ ପିଲା , ଯୁଗ ଯାଇ ପିସ୍ତା ରେ ପହଂଚିଲାଣି । କିନ୍ତୁ ପ୍ରଣୟ ନଡ଼ିଆ ରୁ ବାହାରି ନାହିଁ ।”—3) ସାଧାରଣ ଭାବେ ଲେଖିବା ବେଳେ ମୋତେ ତିନି ଟଙ୍କିଆ use & through pen ଭଲ ଲାଗେ ,କିନ୍ତୁ signature ପାଇଁ ରୋଲର ବଲ ମୋର ପ୍ରିୟ ।* ଏଇ ଅଭ୍ୟାସ ପାଇଁ ମୋତେ ମୋର ଶିକ୍ଷକ ଜଣେ କହିଲେ ଯେ ଏହା କାଳେ ମୋର ହିପକ୍ରେସି ଓ ଶସ୍ତା ଦେଖାଣିଆଗର୍ବ ।—ଏମିତି ଅନେକ ମତାମତ ମୋ ବନ୍ଧୁ ମାନେ ମୋ ବିଷୟ ରେ ଦିଅନ୍ତି । କିନ୍ତୁ ମୋତେ ହସ ମାଡ଼େ । ମୋତେ ଏହା ଲାଗେନା ଯେ ସବୁ କଥା ରେ କୌଣସି ଏକ ଆଦର୍ଶ ମୟ କାରଣ ଥିବ ବୋଲି , କିମ୍ବା ସବୁ କଥା କୁ ଗୋଟେ ଆଦର୍ଶ ମୟ/ ସାମାଜିକ/ ତ୍ୟାଗ/ଦୟା ଆଦି ମାପଦଣ୍ଡ ରେ ମପା ଯିବା ଉଚିତ ବୋଲି । ଅନେକ କଥା ନିଜ ସ୍ଵଭାବ ତଥା ସ୍ୱତନ୍ତ୍ରତା ର ପସନ୍ଦ କିମ୍ବା ସ୍ୱାଧୀନତା କିମ୍ବା ସ୍ୱାଦ ବି ହେଇ ପାରେ ।ଏମିତି ମୋର ଅନେକ ପସନ୍ଦ ଅଛି ଯାହା କେବଳ ମୋ ପାଇଁ, ମୋ ପର୍ଯ୍ୟନ୍ତ ହିଁ ଉଦିଷ୍ଟ । ଯେମିତି ମୋର ଇଚ୍ଛା ଯେ ଏସ.ଟି , ଏସ.ସି , ବ୍ରାହ୍ମଣ କିମ୍ବା ଅନ୍ୟ କୌଣସି ଅଣହିନ୍ଦୁ ଝିଅ ସହ ମୁଁ ବିବାହ କରିବି ନାହିଁ । ଏଇ କଥା କୁ କିଏ କେମିତି ଭାବୁଛି ମୋର ଢୋ । ଦ୍ଵିତୀୟ ରେ ଯଦି କିଏ କିଛି ଭାବୁଛି ତେବେ ସବୁ ନେତା ଓ ତାଙ୍କ ଦଳ ତଥା ଅନ୍ୟାନ୍ୟ ମହାନ ଆଦର୍ଶ ମୟ ଦଳ ମାନଙ୍କୁ ଯଥା ସମାଜ ସେବୀ, ରାଜନୈତିକ ଦଳ, ନାରୀ ବାଦୀ , ହେତୁ ବାଦୀ , ଆର୍ଯ୍ୟ ସାମଜ ଵାଲା, ବୈଦିକ ସମାଜ ଵାଲା, ହିନ୍ଦୁତ୍ୱ ବାଦୀ, ଦଳିତ ଗୋଷ୍ଠୀ , ଆଧୁନିକ ସମାଜ ଇତ୍ୟାଦି ଙ୍କୁ ଶାନ୍ତ କରିବାକୁ ମୁଁ ଠିକା ନେଇ ନାହିଁ ।ସୁତରାଂ ଯେଉଁ ମାନେ ଭାଷଣ ଦେଉଛନ୍ତି ସେମାନେ ପ୍ରଥମେ ଆଉ କାହାର ପସନ୍ଦ, ନାପସନ୍ଦ, ଇଛା, ଅନିଚ୍ଛା , ଅଧିକାର, ସ୍ୱତନ୍ତ୍ରତା ଓ ସ୍ୱାଧୀନତା କୁ ଅନ୍ତତଃ ମାପିବା ବନ୍ଦ କରନ୍ତୁ ।ଦିନେ ରାସ୍ତା କଡ଼ ରେ କିଏ ସ୍ୱାମୀ ସ୍ତ୍ରୀ ଝଗଡା ଲାଗିବାରୁ ଜଣେ କିଏ ବନବାସ ଯାଇଥିଲା , ଆଜି ଠିକ ଏହାର ଓଲଟା ନହେଉ ।ବି.ଦ୍ର; ଧନ ମଣି ମୋ ପସନ୍ଦ ର କୌଣସି ଅନ୍ୟର୍ଥ ଉତ୍ତର କିମ୍ବା ମୋ ସ୍ୱାଧୀନତା ବିରୁଦ୍ଧରେ କୌଣସି ପ୍ରଶ୍ନ ଆଦୌ ଗ୍ରହଣୀୟ ନୁହେ । କାରଣ ଏଇୟା ଯେ ଏହାର କାରଣ ଏକଦମ ସରଳ । ସରଳ ମାନେ ମୋ ପାଖରେ ଗୋଟେ ତାଲା ଅଛି ଓ ସେ ତାଲା ପାଇଁ କେଉଁ ଚାବି ଉଦିଷ୍ଟ ତାହା ମୋତେ ଜଣା ଅଛି । ଚାବି ଟି ଖାପ ନଖାଇବା ହିଁ ଜାତି,ଧର୍ମ,ବର୍ଣ୍ଣ, ସ୍ଥିତି,ଆଦର୍ଶ ନିର୍ବିଶେଷ ରେ ସର୍ବ ଶ୍ରେଷ୍ଠ କାରଣ ।ରାସ୍ତା କଡ଼ ରେ କାହାକୁ ଖାଇବାକୁ ଦେଲା ବେଳେ ତାର ଫୋଟ ଉଠେଇ ମୋତେ ସମାଜ ସେବା କରିବାରେ ନାହିଁ ।କିମ୍ବା କାହାକୁ ସାନିଟାରୀ ପ୍ୟାଡ଼ ଦେବା ବେଳ ର ଫୋଟ fb ରେ ଦେଇ ମୋତେ ନାରୀ ସଶକ୍ତିକରଣ ଓ ଉନ୍ନତିକରଣ ର ପ୍ରେରଣା ଯୋଗାଇ ବାର ନାହିଁ ।ଯେଉଁଠି ଜିସସ, ସେକ୍ରେଟିସ ଓ ମୀରା ଙ୍କୁ ହତ୍ୟା କରାଗଲା ସେଠି **** ଭାସି ଯାଉ ।

By Pranya Sudha

Leave a Reply

Your email address will not be published. Required fields are marked *