Uncategorized

ପୂର୍ବ ଶତ୍ରୁତାରୁ ପଥରରେ ଛେଚି ଓ୍ୱାର୍ଡ ମେମ୍ବରଙ୍କୁ ହତ୍ୟା

ପଟ୍ଟାଙ୍ଗି ,1st May,(Knews): କୋରାପୁଟ ଜିଲ୍ଲାର ଆନ୍ଧ୍ର ସିମାନ୍ତ ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଅମ୍ପାପାଲି ପଞ୍ଚାୟତ ର ମୁଲାଗୁଡା ଗ୍ରାମ ନିବାସୀ ପାଲବାଲସା ଓ୍ୱାର୍ଡ ମେମ୍ବର ଆଦାରୀ ନାଶାୟା (୫୫) ଙ୍କୁ ପଥର ଛେଚି ହତ୍ୟା । ଶୁକ୍ରବାର ବିଳମ୍ବିତ ରାତ୍ରିରେ ତାଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି । ସୂଚନା ଯୋଗ୍ୟ ଗତ ଶୁକ୍ରବାର ଦିନ ବଣ୍ଡାଗୁଡା ଗ୍ରାମର ଏକ ଭୋଜିଭାତରେ ଯୋଗଦେବାକୁ ଆଦାରୀ ନାଶାୟା ଗାଁ ର କିଛି ଲୋକ ଙ୍କ ସହ ଯାଇଥିଲେ । ସେଠାରୁ ଭୋଜିଖାଇ ବିଲମ୍ବିତ ରାତ୍ରରେ ଫେରିବା ବେଳେ ପୂର୍ବ ଶତ୍ରୁତାରୁ ଯୋଜନା ବଧ୍ୟ ଭାବେ ୮ ଜଣ ମିଶି ପାଲବାଲସା ଓ ବୋଡାପାଡୁ ଜେତା ପାହାଡ଼ ମଝିରେ ପଥରରେ ଛେଚି ତାଙ୍କୁ ହତ୍ୟା କରି ଥିବା ଜଣାପଡିଛି।

ଘଟଣା ଶୁକ୍ରବାର ବିଳମ୍ବିତ ରାତ୍ରିରେ ଘଟିଥିବା ବେଳେ ରବିବାରରେ ନର୍ଶାୟାଙ୍କ ପୁଅ ଆଦାରୀ ମହେଶ ପଟ୍ଟାଙ୍ଗି ଥାନାରେ ଲିଖିତ ଅଭିଯୋଗ କରିବା ପରେ ସୁନାବେଡ଼ା ଉପ ଆରକ୍ଷୀ ନିରୀକ୍ଷକ ମନୋଜ କୁମାର ବେହେରା, ପଟ୍ଟାଙ୍ଗି ଥାନା ଅଧିକାରୀ କୈବଲ୍ୟ ସେଠ,ସୁଙ୍କି ଫାଣ୍ଡି ଅଧିକାରୀ କରୁଣାକର ଶବର, କୋରାପୁଟ ସାଇଣ୍ଟିଫିକ ଦଳ ଙ୍କ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ପୁଲିସ ମୃତ ନର୍ଶାୟାଙ୍କ ଶବକୁ ପଟ୍ଟାଙ୍ଗି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଶବଵ୍ୟବଛେଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛନ୍ତି। ଏହି ମାମଲାରେ ପଟ୍ଟାଙ୍ଗି ପୋଲିସ ଗ୍ରାମର ୮ ଜଣକୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ଶ୍ରୀ ସେଠ ସୁଚନା ଦେଇଛନ୍ତି।|

Leave a Reply

Your email address will not be published. Required fields are marked *