Uncategorized

ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ହେଲେ ସେନାବାହିନୀ ମୁଖ୍ୟ

ନୂଆଦିଲ୍ଲୀ,30th April,(Knews): : ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ଭାରତୀୟ ସେନାବାହିନୀର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବତନ ସେନାବାହିନୀ ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱଣେଙ୍କୁ ଆଜି ସାଉଥ୍‍ ବ୍ଲକଠାରେ ସାମରିକ ଅଭିବାଦନ ଦିଆଯାଇଛି । ସେ ସେନାବାହିନୀର ମୁଖ୍ୟ ପଦରୁ ଅବସର ନେଇଛନ୍ତି । ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ସେନାବାହିନୀର ୨୯ତମ ମୁଖ୍ୟ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *