Uncategorized

ବ୍ଲୁ ଡାର୍ଟକୁ କ୍ରମାଗତ ୧୨ ବର୍ଷ ଧରି ‘ଗ୍ରେଟ ପ୍ଲେସ ଟୁୱାର୍କ ଭାବରେ ସ୍ୱୀକୃତି!

ମୁମ୍ବାଇ, 27th April,(Bnews): ଦକ୍ଷିଣ ଏସିଆର ସର୍ବପୁରାତନ ଏକ୍ସପ୍ରେସ ଏୟାର ଏବଂ ସମନ୍ୱିତ ପରିବହନ ଓ ପରିବଌକ୍ଷଗ୍ଧ;ନକାରୀ କମ୍ପାନୀ ତଥା ଡଏଚେ ପୋଷ୍ଟ ଡିଏଚ୍‍ଏଲ (ଡିପିଡିଏଚ୍‌ଏଲ) ଗ୍ରୁପ୍‍ର ଏକ ଅଂଶ ବ୍ଳୁ ଡାର୍ଟକୁ ପୁନର୍ବାର ଗ୍ରେଟ ପ୍ଲେସ ଟୁ ୱାର୍କପ୍ପ ଇନଷ୍ଟିଚ୍ୟୁଟ ପକ୍ଷରୁ ଗ୍ରେଟ ପ୍ଲେସ ଟୁ ୱାର୍କ ଭାବରେ ପ୍ରମାଣପତ୍ର ମିଳିଛି । ଏହା ନିଜ କାର୍ଯ୍ୟକାରିତା କ୍ଷେତ୍ରରେ କର୍ମଚାରୀ ସନ୍ତୁଷ୍ଟିକୁ ସର୍ବାଗ୍ରେ ରଖି ଅଗଣିତ ପଦକ୍ଷେପ ଗ୍ରହଣ କରୁଥିବାବେଳେ ‘ପସନ୍ଦଯୋଗ୍ୟ ନିଯୁକ୍ତି ପ୍ରଦାନକାରୀ’ ଭାବରେ ନିଜକୁ ପ୍ରତିଷ୍ଠିତ କରାଇବାକୁ ଚଳାଇଥିବା ନିରନ୍ତର ପ୍ରୟାସକୁ ଏହି ସ୍ୱୀକୃତି ଆଉ ପାଦେ ଆଗେଇ ନେଇଛି । ‘ପିପଲ ଫାର୍ଷ୍ଟ’ (ପ୍ରଥମେ ଜନସାଧାରଣ) ଭାବଧାରା ଏହି ସଂସ୍ଥାର ମୂଳାଧାର ହୋଇଥିବାବେଳେ ଏହା ଦୀର୍ଘମିଆଦୀ ସୂତ୍ରରେ ବ୍ୟକ୍ତିବିଶେଷ ଏବଂ ସଂଗଠନର ଅଭିବୃଦ୍ଧିକୁ ଆଗେଇନେବା ସକାଶେ ପ୍ରଚଳନ କରିଥିବା ଅନ୍ୟାନ୍ୟ ବହୁବିଧ ପ୍ରୟାସ ମଧ୍ୟରେ କର୍ମଚାରୀ ନିୟୋଜନ, ସନ୍ତୋଷ, ବିବିଧତା ଏବଂ ଅନ୍ତର୍ଭୁକ୍ତି (ଡିଆଣ୍ଡ୍‍ଆଇ), ଶିକ୍ଷା ଆହରଣ ଏବଂ ବିକାଶ ସମେତ ମୁଖ୍ୟ ମୁଖ୍ୟ ବିଷୟ ଉପରେ ନିରନ୍ତର ଦୃଷ୍ଟିନିବଦ୍ଧ କରୁଛି । ଗ୍ରେଟ ପ୍ଲେସ ଟୁ ୱାର୍କପ୍ପ ପ୍ରମାଣନ ହେଉଛି ଏକ ବିଶେଷ ସ୍ୱୀକୃତି ଯାହା ବିଭିନ୍ନ ସଂସ୍ଥାଗୁଡିକ ହାସଲ କରିବାକୁ ଆଶା ରଖିଥାନ୍ତି । ସମଗ୍ର ବିଶ୍ୱରେ କର୍ମଚାରୀ ଓ ନିଯୁକ୍ତିଦାତା ଉଭୟଙ୍କ ଦ୍ୱାରା ଏହି ପ୍ରମାଣନ ସ୍ୱୀକୃତ ହେଉଛି ଏବଂ ବିଭିନ୍ନ ବ୍ୟବସାୟ, ଶିକ୍ଷାନୁଷ୍ଠାନ ଓ ସରକାରୀ ସଂସ୍ଥାଗୁଡିକରେ ମହାନ କାର୍ଯ୍ୟ ସଂସ୍କୃତିକୁ ଚିହ୍ନଟ କରିବା ଏବଂ ତାହାକୁ ସ୍ୱୀକୃତି ଦେବା କ୍ଷେତ୍ରରେ ‘ଗୋଲ୍ଡ ଷ୍ଟାଣ୍ଡାର୍ଡ’ ଭାବରେ ବିବେଚିତ ହେଉଛି । ଅଧ୍ୟୟନର ଅଂଶବିଶେଷ ଭାବରେ ସଂସ୍ଥାଗୁଡିକ ଏକ ମାନ୍ୟତା ହାସଲ, କାର୍ଯ୍ୟାନ୍ୱୟନ ଯୋଜନା ପ୍ରସ୍ତୁତି ଓ ସ୍ୱୀକୃତି ନିମନ୍ତେ ଗ୍ରେଟ ପ୍ଲେସ ଟୁ ୱାର୍କର୍ପ୍ପ ଆକଳନ କରିଥାନ୍ତି । ପ୍ରତିବର୍ଷ ବିଶ୍ୱର ୬୦ରୁ ଅଧିକ ରାଷ୍ଟ୍ରରୁ ୧୦,୦୦୦ରୁ ଅଧିକ ସଂସ୍ଥା ସେମାନଙ୍କର କାର୍ଯ୍ୟସ୍ଥଳ ସଂସ୍କୃତିକୁ ସୁଦୃଢ କରିବାକୁ ଆକଳନ, ମାନ୍ୟତା ହାସଲ ଏବଂ କାର୍ଯ୍ୟକ୍ରମର ଯୋଜନା ପ୍ରସ୍ତୁତି ପାଇଁ ଗ୍ରେଟ ପ୍ଲେସ ଟୁ ୱାର୍କପ୍ପ ଇନଷ୍ଟିଚ୍ୟୁଟ ସହିତ ସହଭାଗିତା କରୁଛନ୍ତି । ଏହି ସଫଳତା ସମ୍ପର୍କରେ ପ୍ରକାଶ କରି ବାଲ୍‍ଫୋର ମାନୁଏଲ, ମ୍ୟାନେଜିଂ ଡାଇରେକ୍ଟର, ବ୍ଲୁ ଡାର୍ଟ କହିଛନ୍ତି, “ଦ୍ୱାଦଶ ବର୍ଷ ପାଇଁ ଗ୍ରେଟ ପ୍ଲେସ ଟୁ ୱାର୍କ ସ୍ୱୀକୃତି ଗ୍ରହଣ କରିବା ଆମ ସହକର୍ମୀଗଣ ବ୍ଲୁ ଡାର୍ଟର କାର୍ଯ୍ୟ କରିବାର ମହାନ ସ୍ଥଳ ଭାବଧାରାକୁ ସ୍ୱୀକାର କରୁଥିବା ପ୍ରତିପାଦନ କରୁଛି ।ସେମାନେ ନିରନ୍ତର ପ୍ରେରଣା ଅନୁଭବ କରୁଛନ୍ତି ଏବଂ ସେମାନେ ଯାହା କରୁଛନ୍ତି ସେଥିରେ ଆଗ୍ରହ ରଖୁଛନ୍ତି ଏବଂ ଏହା ସଂସ୍ଥା ପାଇଁ ଏକ ସଫଳତା ହୋଇଛି । ଆମେ ଏହାକୁ ଏହିଭଳି ସହଜରେ ବୁଝୁ ଯେ, ଟିମ୍‍ ସଦସ୍ୟମାନେ ଖୁସି ରହିଲେ ଗ୍ରାହକମାନେ ଖୁସି ହେବେ ଏବଂ ସେଥିପାଇଁ ଆମ ସହକର୍ମୀମାନଙ୍କର ଆବଶ୍ୟକତା ଯେଭଳି ସର୍ବଦା ସର୍ବାଗ୍ରେ ରହିବ, ତାହା ସୁନିଶ୍ଚିତ କରିବାରେ ଆମେ କୌଣସି ଅବହେଳା କରୁନାହୁଁ । ଆମେ ଆମ ଟିମ୍‍ ସଦସ୍ୟମାନଙ୍କ ପାଇଁ ଏବଂ ସେମାନଙ୍କ ପ୍ରୟାସ, ବିଶେଷକରି ଗତ କିଛିବର୍ଷ ଧରି ସେମାନେ ଯେଭଳି କାର୍ଯ୍ୟ କରିଆସୁଛନ୍ତି, ସେଥିପାଇଁ ଅତ୍ୟନ୍ତ ଗର୍ବିତ ଅନୁଭବ କରୁଛୁ । ସର୍ବଦା କର୍ମଚାରୀଙ୍କ ସନ୍ତୋଷ ସୁନିଶ୍ଚିତ କରିବା ଦିଗରେ ଆମେ ଆମର ସର୍ବୋତ୍ତମ ପ୍ରଚେଷ୍ଟା ନିରନ୍ତର ଜାରି ରଖିବୁ ।”ରାଜେନ୍ଦ୍ର ଘାଗ୍‍, ଚିଫ୍ ହ୍ୟୁମାନ ରିସୋର୍ସେସ ଅଫିସର, ବ୍ଲୁ ଡାର୍ଟ

କହିଛନ୍ତି, “ବ୍ଲୁ ଡାର୍ଟ ସର୍ବଦା କର୍ମଚାରୀଙ୍କ ସନ୍ତୁଷ୍ଟିକୁ ଏହାର କାର୍ଯ୍ୟକ୍ରମର କେନ୍ଦ୍ରସ୍ଥଳରେ ରଖିଆସିଛି, କ୍ରମାଗତ ଭାବରେ ଦ୍ୱାଦଶ ବର୍ଷ ପାଇଁ ଗ୍ରେଟ

ପ୍ଲେସ ଟୁ ୱାର୍କ ପ୍ରମାଣନ ଆମକୁ ସୂଚିତ କରୁଛି ଯେ ଆମ ସହକର୍ମୀମାନେ ଏକଥା ସ୍ୱୀକାର କରୁଛନ୍ତି ଏବଂ ଆମ ସହିତ କାମ କରିବା ନେଇ ଖୁସି ଅଛନ୍ତି । ଏକ ପସନ୍ଦଯୋଗ୍ୟ ନିଯୁକ୍ତିଦାତା ଭାବରେ ବ୍ଲୁ ଡାର୍ଟ ନିରବଚ୍ଛିନ୍ନ ଭାବରେ ଆମ ସହକର୍ମୀଙ୍କ ବିକାଶ କ୍ଷେତ୍ରରେ ନିବେଶ କରି ଏବଂ ସେମାନଙ୍କ ସ୍ୱାର୍ଥ ପ୍ରତି ଦୃଷ୍ଟିଦେଇ ଆମର ‘ପିପଲ୍ ଫାର୍ଷ୍ଟ’ ଚିନ୍ତାଧାରାକୁ ଆଗେଇନେବା କ୍ଷେତ୍ରରେ ଅଧିକ ପ୍ରଚେଷ୍ଟା କରୁଛି । ଆମର ସମୁଦାୟ ଟିମ୍‍ ପାଇଁ କୋଭିଡ-୧୯ ବିରୋଧରେ ଟିକା ସୁବିଧା ଯୋଗାଣ, ମେଧାଭିତ୍ତିକ ବର୍ଦ୍ଧିତ ବେତନ ସୁନିଶ୍ଚିତ କରିବା, ପଦୋନ୍ନତି, ନିଯୁକ୍ତି କ୍ଷେତ୍ରରେ ସ୍ଥାୟିତ୍ୱ ଏବଂ ସ୍ୱତନ୍ତ୍ର କୋଭିଡ ବୋନସ୍‍, ସମସ୍ତଙ୍କର ମାନସିକ ସ୍ୱାସ୍ଥ୍ୟ ଆବଶ୍ୟକତା ପୂରଣ କରିବା ଭଳି କର୍ମଚାରୀ ସହାୟତା କାର୍ଯ୍ୟକ୍ରମ ପ୍ରଚଳନ, ଅଗଣିତ ଶିକ୍ଷା ଆହରଣ ଏବଂ ସହାୟତା କାର୍ଯ୍ୟକ୍ରମ ଏବଂ ବିବିଧତାରେ ବୃଦ୍ଧି ସହିତ ସମାବେଶୀ ପ୍ରୟାସସମୂହ କର୍ମଚାରୀଙ୍କ ସନ୍ତୋଷ ସ୍ତର ବୃଦ୍ଧି ଦିଗରେ କାର୍ଯ୍ୟକରୁଛି ।”ଗ୍ରେଟ ପ୍ଳେସ ଟୁ ୱାର୍କପ୍ପ ଶ୍ରେଷ୍ଠ କାର୍ଯ୍ୟ ସଂସ୍କୃତି ସମ୍ପର୍କରେ ମୂଲ୍ୟାୟନ ଓ ଚିହ୍ନଟ କରିବାକୁ ମୂଳତଃ ତିନିଟି ଦିଗରୁ ବିଚାର କରିଥାଏ: ଚା ପ୍ରଥମ ଦିଗଟି ବିଶ୍ୱସ୍ତରରେ ବୈଧିକୃତ ସର୍ବେକ୍ଷଣ ସାଧନ ‘ଟ୍ରଷ୍ଟ ଇଣ୍ଡେକ୍ସ’ଜରିଆରେ କର୍ମଚାରୀଙ୍କ ଅଭିଜ୍ଞତାର ମାନ ପରିମାପ କରିଥାଏ । ସର୍ବେକ୍ଷଣ କର୍ମଚାରୀଙ୍କ ନିକଟରୁ ତାଙ୍କ ପରିଚୟ ଗୋପନ ରଖି ତଥ୍ୟ ସଂଗ୍ରହରେ ସହାୟତା କରିଥାଏ। ଚା ଦ୍ୱିତୀୟ ଦିଗଟି ହେଉଛି କଲ୍‍ଚର ଅଡିଟ୍ ବା ସାଂସ୍କୃତିକ ସମୀକ୍ଷା । ଏହା ପ୍ରତିଷ୍ଠାନର ଏକ ନିଜସ୍ୱ ସାଧନ ଯାହା ଏକ ସଂସ୍ଥାର ଲୋକମାନଙ୍କର କାର୍ଯ୍ୟାଭ୍ୟାସର ମୂଲ୍ୟାୟନ କରିଥାଏ ଏବଂ ସେଥିରେ କର୍ମଚାରୀଙ୍କର ସମୁଦାୟ ଜୀବଦ୍ଦଶାକୁ ପରିସରଭୁକ୍ତ କରାଯାଏ । ଚା ତୃତୀୟ ଦିଗଟି ହେଉଛି ଗ୍ରେଟ୍‍ ପ୍ଳେସ ଟୁ ୱାର୍କ ଫର୍‍ ଅଲ ଏବଂ ଶ୍ରେଷ୍ଠ କାର୍ଯ୍ୟସ୍ଥଳରେ ପ୍ରତ୍ୟେକ କର୍ମଚାରୀ ସେମାନଙ୍କର ନିଯୁକ୍ତି କ୍ଷେତ୍ରରେ ଭୂମିକା, ଅବଧି, ବୟସ ଅଥବା ଲିଙ୍ଗ ନିର୍ବିଶେଷରେ ନିରବଚ୍ଛିନ୍ନ ଭାବରେ ସକାରାତ୍ମକ ଅନୁଭୂତି ପ୍ରାପ୍ତ ହେଉଛନ୍ତି କି ନାହିଁ ତାହା ଜାଣିବା ସୁନିଶ୍ଚିତ କରିଥାଏ । ବ୍ଲୁ ଡାର୍ଟ ନିରନ୍ତର ଭାବରେ ପସନ୍ଦଯୋଗ୍ୟ ନିଯୁକ୍ତି ପ୍ରଦାନକାରୀ ଏବଂ ଏକ ଅନନ୍ୟ ପ୍ରତିଭାଧାରୀ ଲୋକଶକ୍ତିଙ୍କୁ ନେଇ ଭାରତର ଅନ୍ୟତମ  ର୍ବଶ୍ରେଷ୍ଠ କାର୍ଯ୍ୟସ୍ଥଳ ହୋଇ ରହିଆସୁଛି । ଅଭିବୃଦ୍ଧି, ସମସ୍ତଙ୍କ ପାଇଁ ଏକ ନିରାପଦ କାର୍ଯ୍ୟ ପରିବେଶ ଏବଂ ପ୍ରତ୍ୟେକ କ୍ଷେତ୍ରରେ ସମାନ ସୁଯୋଗକୁ ପ୍ରୋତ୍ସାହିତ କରୁଥିବା ଏକ କାର୍ଯ୍ୟ ସଂସ୍କୃତି ଅତି ନିଖୁଣ ଭାବରେ ପ୍ରସ୍ତୁତ କରିବା ଦିଗରେ ସଂସ୍ଥା ଯଥେଷ୍ଟ ପ୍ରୟାସ କରୁଛି, ଯାହା ଏହି ସଂସ୍ଥାକୁ ୨୦୨୧ରେ ‘ମହିଳାମାନେ କାର୍ଯ୍ୟ କରିବାର ସର୍ବୋତ୍ତମ ସ୍ଥଳ’ ଏବଂ ୨୦୨୨ରେ ‘ମହିଳାଙ୍କ ପାଇଁ ସର୍ବୋତ୍ତମ ସଂସ୍ଥା’ ଭାବରେ ଇକୋନୋମିକ ଟାଇମ୍ସ ପକ୍ଷରୁ ସ୍ୱୀକୃତି ପ୍ରଦାନ କରିଛି ।

Leave a Reply

Your email address will not be published. Required fields are marked *