Uncategorized

କିଙ୍ଗ୍‌ଫିସର୍ ର ବ୍ରାଣ୍ଡ ଆମ୍ବାସାଡର ହେଲେ ରଶ୍ମିକା ମନ୍ଦନା ଏବଂ ବରୁଣ ଧୱନ

ଭୁବନେଶ୍ୱର, 27th April,(Bnews): ୟୁନାଇଟେଡ ବ୍ରିୱେରିଜ ପକ୍ଷରୁ ଆଜି ଅଭିନେତ୍ରୀ ରଶ୍ମିକା ମନ୍ଦନା ଏବଂ ଅଭିନେତା ବରୁଣ ଧୱନଙ୍କୁ ଏହାର ଆଇକୋନିକ ବ୍ରାଣ୍ଡ, କିଙ୍ଗଫିସର ପାଇଁ ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ କରାଯାଇଥିବା ସମ୍ପର୍କରେ ଘୋଷଣା କରାଯାଇଛି । ଏହି ସହଭାଗିତା କିଙ୍ଗଫିସର ର ‘ସ୍ପ୍ରେଡ ଦ ଚିୟର’ ଅଭିଯାନ ର ଉନ୍ମୋଚନ କରିବ, ଯାହା ଚଳିତବର୍ଷକୁ ‘ଇୟର ଅଫ ଚିୟର’ ଭାବେ ପାଳନ କରିବା ଉପରେ ଧ୍ୟାନକେନ୍ଦ୍ରିତ କରିଛି । କିଙ୍ଗଫିସର ହେଉଛି ଏକ ଯୁବସୁଲଭ, ସମସାମୟିକ ଏବଂ ମଜାଳିଆ ବ୍ରାଣ୍ଡ, ଯାହା ନୂଆ ଏବଂ ରୋମାଂଚକର ଉପାୟରେ ଏହାର ଗ୍ରାହକଙ୍କ ସହ ଜଡ଼ିତ ହେବା ଲାଗି କ୍ରମାଗତ ଭାବେ ନିଜକୁ ପୁନଃପ୍ରସ୍ତୁତ କରୁଛି । ଏହି ବ୍ରାଣ୍ଡ କେତେକ ସର୍ବୋତମ ମ୍ୟୁଜିକ, ଖାଦ୍ୟ ଏବଂ ସ୍ପୋର୍ଟିଙ୍ଗ ଇଭେଂଟ ସହ ଜଡ଼ିତ ରହିଛି । ଏହି ଅଭିଯାନ ମାଧ୍ୟମରେ କିଙ୍ଗଫିସର ରଶ୍ମିକା ଏବଂ ବରୁଣ ଙ୍କ ସହିତ ସେମାନଙ୍କ ଆନନ୍ଦ ପ୍ରସାର କରିବାର ଉପାୟ ଭାବେ ଏକ ଉତ୍ସାହଜନକ ଡ୍ୟାନ୍ସ ହୁକ-ଷ୍ଟେପ ମଧ୍ୟ ସୃଷ୍ଟି କରିଛି । ଏହି ଅଭିଯାନ ସମ୍ପର୍କରେ ମତ ରଖି, ଦେବବ୍ରତ ମୁଖାର୍ଜୀ, ଚିଫ ମାର୍କେଟିଙ୍ଗ ଅଫିସର, ୟୁନାଇଟେଡ ବ୍ରିୱେରିଜ ଲିମିଟେଡ କହିଛନ୍ତି ଯେ, “କିଙ୍ଗଫିସର ବର୍ଷ ବର୍ଷ ଧରି ଗ୍ରାହକଙ୍କ ଜୀବନକୁ ଆନନ୍ଦ ଏବଂ ଶକ୍ତି ଆଣିଛି ଏବଂ ସର୍ବଦା ଏକ ସାମାଜିକ ପାନୀୟ ର ଭାରତର ପ୍ରଥମ ପସନ୍ଦ ହୋଇ ରହିଛି । ଆମେ ଆନନ୍ଦିତ ଯେ ଏହି ଉତ୍ସାହଜନକ ଯାତ୍ରା ଆରମ୍ଭ କରିବାବେଳେ ରଶ୍ମିକା ଏବଂ ବରୁଣ ଧୱନ ଆମ ବ୍ରାଣ୍ଡ ଆମ୍ବାସାଡର ଭାବେ ଆମ ସହିତ ଯୋଗ ଦେଉଛନ୍ତି । ଆମର ବିଶ୍ୱାସ ଯେ ସେମାନେ ଆମ ବ୍ରାଣ୍ଡ ବାର୍ତାର ପ୍ରଚାର ଏବଂ ଦେଶ ତଥା ବାହାରେ ଆମର ବ୍ରାଣ୍ଡ ଅଭିଜ୍ଞତାକୁ ବୃଦ୍ଧି କରିବାରେ ସାହାଯ୍ୟ କରିବେ ।”ଅଭିନେତା ବରୁଣ ଧୱନ କହିଛନ୍ତି ଯେ, “କିଙ୍ଗଫିସର ଭଳି ଏକ ଆଇକୋନିକ ବ୍ରାଣ୍ଡର ଚେହେରା ହେବା ପାଇଁ ମୁଁ ଅତ୍ୟନ୍ତ ଉତ୍ସାହିତ । ମୋ ପାଇଁ କିଙ୍ଗଫିସର ଉତ୍ସାହ, ଉପଭୋଗ ଏବଂ ଜୀବନକୁ ସମ୍ପୂର୍ଣ୍ଣ ଜୀବନ୍ତ କରିବାକୁ ପ୍ରତିନିଧିତ୍ୱ କରେ । ମହାମାରୀ କାରଣରୁ ଗତ ଦୁଇବର୍ଷ ସମସ୍ତଙ୍କ ପାଇଁ ଏକ କଷ୍ଟକର ବର୍ଷ ରହିଛି ଏବଂ ବର୍ତମାନ ମୁଁ ଆଶା କରୁଛି ଯେ କିଙ୍ଗଫିସର ସହିତ ଆମେ ସମସ୍ତେ ଆନନ୍ଦ ବିସ୍ତାର କରୁଛୁ ଏବଂ ଏକ ଭଲ ସମୟ ପାଇଁ ଏକତ୍ରୀତ ହେଉଛୁ ।” ସେହିଭଳି ଅଭିନେତ୍ରୀ ରଶ୍ମିକା ମନ୍ଦନା କହିଛନ୍ତି ଯେ, “କିଙ୍ଗଫିସର ହେଉଛି ଅନ୍ୟତମ ଆଇକୋନିକ ବ୍ରାଣ୍ଡ ଯାହା ଭାରତରୁ ଆସିଛି । ଏହାକୁ କେବଳ ସ୍ଥାନୀୟ ଭାବେ ନୁହେଁ ବରଂ ସାରା ଦୁନିଆରେ ଉପଭୋଗ କରାଯାଉଛି । କିଙ୍ଗଫିସର ବ୍ରାଣ୍ଡ ପରିବାର ର ଏକ ଅଂଶ ହେବାକୁ ମୁଁ ଅତ୍ୟନ୍ତ ଉତ୍ସାହିତ ଏବଂ ସମସ୍ତଙ୍କୁ ଏକତ୍ର ହେବାକୁ, ଆନନ୍ଦ ବିସ୍ତାର କରିବାକୁ ଏବଂ ପ୍ରକୃତ ଏକତାର ଆନନ୍ଦ କୁ ପାଳନ କରିବା ପାଇଁ ଅନୁରୋଧ କରୁଛି ।” ଏହି ଟିଭିସି ରେଲିନ ଭ୍ୟାଲିସ ଦ୍ୱାରା ସଟ ହୋଇଛି ଏବଂ କମ୍ପୋଜର ରାମ ସମ୍ପଥ ଏହାର ସଙ୍ଗୀତ ଦେଇଛନ୍ତି ଯାହାକି ନିଶ୍ଚିତ ରୂପେ ଆପଣଙ୍କୁ ପସନ୍ଦ ଆସିବା

Leave a Reply

Your email address will not be published. Required fields are marked *