Uncategorized

ଡାକ୍ତରୀ ଛାତ୍ର ମୃତ୍ୟୁ ମାମଲା: ରାଗିଂ ଅଭିଯୋଗ

ବଲାଙ୍ଗିର,23/4/(Knews): ପୁଅ ଡାକ୍ତରୀ ପାଠ ପଢିବ। ପଢାପଢି ପରେ ଡାକ୍ତର ହେବ। ଏକମାତ୍ର ପୁଅକୁ ନେଇ ଏଭଳି ସ୍ୱପ୍ନ ଦେଖୁଥିଲେ ପ୍ରାଧ୍ୟାପକ ବାପା ଓ ମା’ ତଥା ସଂପର୍କୀୟ। ହରିୟାଣାର ନିଶାନ୍ତ କୁମାର ବଲାଙ୍ଗିର ଭୀମ ଭୋଇ ସରକାରୀ ମେଡିକାଲ କଲେଜରେ ନାମ ଲେଖାଇଥିଲେ। ୧୦ ଦିନ ତଳେ ପରିବାର ଲୋକେ ତାଙ୍କୁ ମେଡିକାଲ କଲେଜରେ ଛାଡି ଯାଇଥିଲେ। ନୂଆ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରାଯାଇଥିବା ବେଳେ ପ୍ରାଥମିକ ପାଠ ପଢା ହେଉଥିଲା। ଶନିବାରଠାରୁ ବିଧିବଦ୍ଧ ଭାବେ ଡାକ୍ତରୀ ପାଠ ପଢା ହୋଇଥାନ୍ତା। ଏହା ପୂର୍ବରୁ ଅଘଟଣ ଘଟିଗଲା। ନିଶାନ୍ତ କୁମାରଙ୍କ ମୃତ୍ୟୁ ହୋଇଗଲା। ସେ ଛାତରୁ ପଡି ପ୍ରାଣ ହରାଇଥିବା କୁହାଯାଉଥିଲେ ବି ଶନିବାର ବାପା, ମା’ ଓ ମାମୁଁ ପହଞ୍ଚି ବରିଷ୍ଠ ଛାତ୍ରଙ୍କ ର୍ୟାଗିଂ ଯୋଗୁଁ ସେ ମାନସିକ ଚାପରେ ଥିଲେ। ସେହି କାରଣରୁ ତାଙ୍କର ମୃତ୍ୟୁ ହୋଇଛି। ଆତ୍ମହତ୍ୟା ନୁହେଁ, ରାଗିଂ ସହି ନପାରି ମାନସିକ ଚାପରେ ତାଙ୍କର ମୃତ୍ୟୁ ହୋଇଛି। ଏହା ଏକ ଯୋଜନାବଦ୍ଧ ହତ୍ୟା ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ। ମୃତ ନିଶାନ୍ତ ରହୁଥିବା ହଷ୍ଟେଲରେ ପରିବାର ଲୋକଙ୍କ କାନ୍ଦ ବୋବାଳିରେ ଫାଟି ପଡୁଥିଲା। ଏଥିସହିତ କଲେଜ କର୍ତୃପକ୍ଷଙ୍କ ଆଭିମୁଖ୍ୟକୁ ନାପସନ୍ଦ କରିଛନ୍ତି ମୃତକଙ୍କ ପରିବାର ଲୋକେ। ପୁଲିସ ମଧ୍ୟ ମାମଲାକୁ ଗୁରୁତର ସହ ନେଇଛି। ସାଇଣ୍ଟିଫିକ୍ ଟିମ୍ ଯାଞ୍ଚ କରିଥିବା ବେଳେ ମୃତକଙ୍କ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ମାଟ୍ରିକ, ଯୁକ୍ତ ଦୁଇରେ ଭଲ ପରୀକ୍ଷା ଫଳ କରିଥିଲେ। ବିନା ତାଲିମରେ ସେ ଡାକ୍ତରୀ ପ୍ରବେଶିକା ପରୀକ୍ଷାରେ ସଫଳତା ପାଇଥିଲେ। ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜରେ ଡାକ୍ତରୀ ପାଠ ପଢିବା ପାଇଁ ନାମ ଲେଖାଇଥିଲେ। ହିମାଚଳ ପ୍ରଦେଶ ବିଶ୍ୱବିଦ୍ୟାଳୟରେ ପ୍ରାଧ୍ୟାପକ ଥିବା ଡ.କ୍ରିଷ୍ଣ କୁମାର ଓ ସନ୍ତୋଷ କୁମାରଙ୍କ ଏକ ମାତ୍ର ପୁଅ ନିଶାନ୍ତ। ପିଲାଟି ଦିନରୁ ମେଧାବୀ ଛାତ୍ର ଥିଲେ। ଗତ ୧୨ ତାରିଖରେ ପରିବାର ଲୋକେ ତାଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜରେ ଆଣି ଛାଡିଥିଲେ। ସେ ନୂଆ ଶିକ୍ଷାର୍ଥୀଙ୍କ ପାଇଁ ଥିବା ଛାତ୍ରାବାସର ୩୧୨ ନମ୍ବର ପ୍ରକୋଷ୍ଠରେ ଏକୁଟିଆ ରହୁଥିଲେ। ଇତିମଧ୍ୟରେ ନୂଆ ଶିକ୍ଷାର୍ଥୀଙ୍କ ସ୍ୱାଗତ ପର୍ବ ମଧ୍ୟ ଶେଷ ହୋଇଥିଲା। କିଛି କିଛି ବନ୍ଧୁ ଗଢି ଉଠିଥିଲେ ତାଙ୍କର କିନ୍ତୁ ସଂପର୍କ ଘନିଷ୍ଠ ହୋଇ ନଥିଲା। ଶୁକ୍ରବାର ପ୍ରାରମ୍ଭିକ ପର୍ଯ୍ୟାୟ ପାଠ ପଢା ପରେ ସେ ରୁମକୁ ଆସିଥିଲେ। ମଧ୍ୟାହ୍ନ ଭୋଜନ କରି ଅନ୍ତେବାସୀମାନେ ବିଶ୍ରାମ ନେଇଥିଲେ। ଦିନ ପ୍ରାୟ ୩ଟା ବେଳକୁ ଛାତ ଉପରୁ ତଳକୁ କିଛି ପଡିବାର ଶବ୍ଦ ଶୁଣିଥିଲେ ସୁରକ୍ଷା କର୍ମୀ। ଅନ୍ତେବାସୀମାନଙ୍କୁ ଡାକିଥିଲେ। ଏସଂପର୍କରେ କଲେଜର ଡିନ୍ ଡା.ସବିତା ମହାପାତ୍ରଙ୍କୁ ସୂଚନା ଦିଆଯିବା ସହ ଆମ୍ବୁଲାନ୍ସକୁ ଡକାଯାଇଥିଲା। ଭୀମ ଭୋଇ ଡାକ୍ତରଖାନାକୁ ତୁରନ୍ତ ଗୁରୁତର ନିଶାନ୍ତଙ୍କୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *