Uncategorized

୨୩ ତାରିଖରୁ ଆରମ୍ଭ ରାଜ୍ୟ ସ୍ତରୀୟ ଆଦିବାସୀ ମେଳା

ଭୁବନେଶ୍ୱର ,,21st April,(Knews) : ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି ଆଦିବାସୀ ମେଳା । ଆସନ୍ତା ୨୩ ତାରିଖରୁ ଏହା ଆରମ୍ଭ ହୋଇ ମେ ୨ରେ ସରିବ । ଖାରବେଳ ନଗର ପ୍ରଦର୍ଶନୀ ପଡିଆରେ ୧୦ ଦିନ ପର୍ଯ୍ୟନ୍ତ ରାଜ୍ୟ ସ୍ତରୀୟ ଆଦିବାସୀ ମେଳା ଅନୁଷ୍ଠିତ ହେବ। ଆଦିବାସୀ ମେଳା ଅପରାହ୍ନ ୩:୩୦ ରୁ ୯:୩୦ ପର୍ଯ୍ୟନ୍ତ ଖୋଲା ରହିବ।ଇଣ୍ଟିଗ୍ରେଟେଡ୍ ଆଦିବାସୀ ବିକାଶ ଏଜେନ୍ସି (ଆଇଟିଡିଏ), ମାଇକ୍ରୋ ପ୍ରୋଜେକ୍ଟ, ମିଶନ୍ ଶକ୍ତି, ଓରମାସ୍ (ଓଡ଼ିଶା ଗ୍ରାମୀଣ ବିକାଶ ଏବଂ ମାର୍କେଟିଂ ସୋସାଇଟି), ଆଦିବାସୀ ବିକାଶ ସମବାୟ ନିଗମ (ଟିଡିସିସି) ଏହି ପ୍ରଦର୍ଶନୀରେ ଯୋଗଦେବେ ।ଆଉ ମାତ୍ର ଦୁଇ ଦିନ ଥିବା ବେଳେ ପ୍ରସ୍ତୁତି ଶେଷ ହେବାକୁ ଯାଉଛି। ଶ୍ରମିକମାନେ ବର୍ତ୍ତମାନ ସାଜସଜ୍ଜା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଉତ୍ପାଦିତ କୃଷି ଏବଂ ଜଙ୍ଗଲଜାତ ଦ୍ରବ୍ୟ ବିକ୍ରୟ ଏଠାରେ ଉପଲବ୍ଧ ହେବ । ଏହି ଷ୍ଟଲଗୁଡ଼ିକରେ କେବଳ ସ୍ଥାନୀୟ ଲୋକଙ୍କ ଦ୍ୱାରା ନିର୍ମିତ ଜିନିଷପତ୍ର ବିକ୍ରି ହୋଇଥାଏ ।ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ୧୦୦ ଟି ଷ୍ଟଲ୍ ରହିବ ଯେଉଁଥିରେ ୮୦ ଟି ଷ୍ଟଲରେ ଆଦିବାସୀ ସଂସ୍କୃତି ଦେଖିବାକୁ ମିଳିବ । ବିଭିନ୍ନ ରାଜ୍ୟରୁ ଆସିଥିବା ଆଦିବାସୀ କଳାକାରମାନେ ମଧ୍ୟ ସେମାନଙ୍କର ପରମ୍ପରା ପ୍ରଦର୍ଶନ କରିବେ। ଚଳିତ ବର୍ଷ ପାରମ୍ପାରିକ ଆଦିବାସୀ ଖାଦ୍ୟ ଉପଲବ୍ଧ ନ ଥିବାରୁ ଲୋକମାନେ ନିରାଶ ହୋଇପାରନ୍ତି ।

Leave a Reply

Your email address will not be published. Required fields are marked *