Uncategorized

ପକ୍ଷରୁ ରାଜ୍ୟବ୍ୟାପୀ ଜଳଛତ୍ର ଆୟୋଜନ କରିବ ବିଜୁ ଛାତ୍ର ଜନତା ଦଳ

Bhubaneswar, 21st April,(Knews) : ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସାମାଜିକ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ଆହ୍ବାନକୁ ପ୍ରତିଫଳନ କରିବାକୁ ଯାଇ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କ ହିତରେ ରାଜ୍ୟବ୍ୟାପୀ ଜଳଛତ୍ର କରିବାର  ନିଷ୍ପତ୍ତି ଗ୍ରହଣ କରାଯାଇଛି। ତତ୍ ସହିତ ବିଜୁ ଛାତ୍ର ଜନତା ଦଳ ସଦା ସର୍ବଦା ସାମାଜିକ କାର୍ଯ୍ୟକ୍ରମକୁ ପ୍ରାଧାନ୍ୟ ଦେବା ସହ ଛାତ୍ରଛାତ୍ରୀମାନଙ୍କ ପାଇଁ ମୌଳିକ ସୁବିଧା ଏବଂ ସେବା ଯୋଗାଇବା ପରିପ୍ରେକ୍ଷୀରେ କାର୍ଯ୍ୟରତ। ଏଣୁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଗ୍ରୀଷ୍ମ ପ୍ରକୋପ (ହିଟୱେଭ) କୁ ଦୃଷ୍ଟିରେ ରଖି ରାଜ୍ୟବ୍ୟାପୀ ସମସ୍ତ ୟୁନିଭର୍ସିଟି ଏବଂ ସମସ୍ତ କଲେଜ ସହିତ ସମସ୍ତ ଶିକ୍ଷାନଷ୍ଠାନ ଗୁଡ଼ିକ ସମ୍ମୁଖରେ ଜଳଛତ୍ର ଆୟୋଜନ କରାଯିବ। ଏହି ଅବସରରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ ଏକ ଅନୁରୋଧ ପତ୍ର ମାଧ୍ୟମରେ ସମସ୍ତ ଜିଲ୍ଲା ସଭାପତି, ଜୋନ ସଭାପତି, ରାଜ୍ୟ କର୍ମକର୍ତ୍ତା, ବ୍ଲକ ସଭାପତି ସମେତ ସମସ୍ତ କର୍ମକର୍ତ୍ତା ଙ୍କୁ ନିର୍ଦେଶ ଦେଇଛନ୍ତି ଯେ ଆଗାମୀ ୩ ଦିନ ମଧ୍ୟରେ ନିଜ ନିଜ ଜିଲ୍ଲାରେ ୟୁନିଭର୍ସିଟି ଏବଂ ସମସ୍ତ କଲେଜ ସହିତ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକର ସମ୍ମୁଖରେ ଜଳଛତ୍ର ଆୟୋଜନ କରିବା ସହ ଏହି ଜଳଛତ୍ର ଗୁଡ଼ିକର ନିୟମିତ ପରିଚାଳନା କରିବେ। ଏହା ସହ ସଂଗଠନକୁ ସୁଦୃଢ କରିବା ଦିଗରେ ସାମାଜିକ କାର୍ଯ୍ୟକ୍ରମକୁ ରାଜ୍ୟବ୍ୟାପୀ ତ୍ୱରାନିତ କରିବା ସହ ଏହି ସମସ୍ତ ସାମାଜିକ କାର୍ଯ୍ୟକ୍ରମକୁ ବିଜୁ ଛାତ୍ର ଜନତା ଦଳର ପ୍ରତେକଟି କର୍ମୀ ସୁଚାରୁରୂପେ ସମ୍ପାଦନା କରିବେ ବୋଲି ଦୃଢ ଆଶା ଓ ବିଶ୍ୱାସ ବ୍ୟକ୍ତ କରିଛନ୍ତି। ଏହା ସହ ବିଜୁ ଛାତ୍ର ଜନତା ଦଳର ସମସ୍ତ କର୍ମକର୍ତ୍ତା ସାମାଜିକ କାର୍ଯ୍ୟକ୍ରମକୁ ନିଜର ବ୍ରତ ରୂପେ ପାଳନ କରିବେ ବୋଲି ପ୍ରତିଶ୍ରୁତିବଦ୍ଧ।

Leave a Reply

Your email address will not be published. Required fields are marked *