Uncategorized

ନାଟ୍ୟକାରଙ୍କ ଓ ନିର୍ଦ୍ଦେଶକଙ୍କ ମଧ୍ୟରେ ଆତ୍ମିକ ମିଳନଳ, ଜୀବନ୍ତ କିମ୍ବା ମୃତ: ଥିଏଟରର ସଫଳତା ପାଇଁ ଗୁରୁତ୍ୱପୂର୍ଣ୍ଣ।

ପୂର୍ବ ସମୟରେ, ବୋଧହୁଏ ଯେତେବେଳେ ନିର୍ଦ୍ଦେଶକଙ୍କ ଭୂମିକା କମ୍ ପରିଭାଷିତ ହୋଇଥିଲା, ନାଟ୍ୟକାରମାନେ ଯେଉଁମାନେ ସର୍ବୋତ୍ତମ କାର୍ଯ୍ୟ କରିଥିଲେ ସେମାନେ ହିଁ ଥିଏଟରର କାର୍ଯ୍ୟକୁ ଆଜି ଯେପରି ନିର୍ଦ୍ଦେଶକଙ୍କ ବୁଝୁଛନ୍ତି ସେପରି ବୁଝୁଥିଲେ।

ସମ୍ପ୍ରତି ନାଟ୍ୟକାର ଏବଂ ନିର୍ଦ୍ଦେଶକଙ୍କ ସହଯୋଗ ଆଧୁନିକ ଯୁଗରେ ପ୍ରମୁଖ ଥିଏଟର ଗତିବିଧି ସୃଷ୍ଟି କରିଛି । ଏହା ହିଁ ସତ୍ୟ । ଆଧୁନିକ ଦୁନିଆର ସର୍ବୋତ୍ତମ ନାଟ୍ୟକାର ଭାବରେ ବିବେଚିତ ହୋଇଥିବା ଆଣ୍ଟନ୍ ଚେକୋଭ୍ ଏକ ସମୟରେ ତାଙ୍କ ନାଟକ ଦି ସେଗୁଲ୍‌ର ବିଫଳତା ପରେ ଲେଖା ଛାଡି ଦେଇଥିଲେ।

ନାଟ୍ୟକାର ଗିରିଶ କର୍ନଡ ଏବଂ ଚନ୍ଦ୍ରଶେଖର କାମ୍ବର ବୋଧହୁଏ ବି.ଭି କରାନ୍ଥଙ୍କ ରୂପରେ ସେମାନଙ୍କର ନିର୍ଦ୍ଦେଶକ ପାଇଥିଲେ।

ନାଟ୍ୟକାରମାନଙ୍କ ବିଷୟରେ ନିର୍ଦ୍ଦେଶକମାନେ ସାଧାରଣତଃ ଏପରି ଥଟ୍ଟା କରିଥାନ୍ତି: ମଞ୍ଚରେ କେତେଜଣ ନାଟ୍ୟକାର ଆଲୋକ ବଲ୍‌ବ ବଦଳାଇଥାନ୍ତିି? ଉତ୍ତର: କେହି ବି ନୁହନ୍ତି । କାରଣ ସେମାନଙ୍କର ଆବଶ୍ୟକତା ପଡ଼ିନଥାଏ।

ଏହା ଲେଖକ ଏବଂ ନିର୍ଦ୍ଦେଶକଙ୍କ ମଧ୍ୟରେ ଥିବା ବିଭେଦକୁ ସଂକ୍ଷିପ୍ତ କରେ । ନିର୍ଦ୍ଦେଶକଙ୍କ ସହିତ ଲେଖକଙ୍କ ଅଧିକ ସଫଳ ବିବାହ ହେଉଛି ଯେତେବେଳେ ଏହି କଳ୍ପିତ କାନ୍ଥ ଭାଙ୍ଗିଯାଏ । ଉଭୟଙ୍କ ମଧ୍ୟରେ ସାହିତ୍ୟିକ ଏବଂ ବାସ୍ତବିକ ତଥା କଳାତ୍ମକ ଚିନ୍ତାଧାରାର ସଫଳ ବୁଝାମଣାର ଆବଶ୍ୟକତା ରହିଛି ।
ନାଟ୍ୟକାର ଏବଂ ନିର୍ଦ୍ଦେଶକଙ୍କ ସହଯୋଗ ଆଧୁନିକ ଯୁଗରେ ପ୍ରମୁଖ ଥିଏଟର ଗତିବିଧି ସୃଷ୍ଟି କରିଛି । କିଛି ଅଭ୍ୟାସକାରୀ ସ୍କ୍ରିପ୍ଟକୁ ଏକ ଭଣ୍ଡାର ଭାବରେ ଦେଖନ୍ତି । କେହି କେହି ଏହାକୁ ଏକ ଭଣ୍ଡାର ମାନଚିତ୍ର ଭାବରେ ଦେଖନ୍ତି । ଜଣେ ନିର୍ଦ୍ଦେଶକଙ୍କ ପାଇଁ ଲେଖା ପ୍ରକୃତରେ ଏକ ସୁନା ଖଣି, ଯେଉଁଥିରୁ ସେ ନାଟକର ପ୍ରକୃତ ଚିତ୍ର ଅନୁଭବ କରିଥାଏ ।
ସେଗୁଲ୍‌ର ପ୍ରଥମ ମଞ୍ଚାୟନର ସମ୍ପୂର୍ଣ୍ଣ ବିଫଳତା ଚେକୋଭଙ୍କୁ ଏତେ ନିରାଶ କରିଥିଲା ଯେ ସେ ଥିଏଟରରୁ ଅବସର ଘୋଷଣା କରିଥିଲେ ଏବଂ ଡାକ୍ତର ଭାବରେ ସମାଜ ସେବା ଉପରେ ଧ୍ୟାନ ଦେବା ଆରମ୍ଭ କରିଥିଲେ । ଷ୍ଟାନିସ୍ଲାଭସ୍କିଙ୍କ ସହଯୋଗୀ ଭ୍ଲାଡିମିର୍ ନେମିରୋଭିଚ୍‌-ଡାନଚେଙ୍କୋ ଷ୍ଟାନିସ୍ଲାଭସ୍କିଙ୍କ ନିର୍ଦ୍ଦେଶନାରେ ପୁନଃ ଷ୍ଟେଜ୍ କରିବାକୁ ଅନୁମତି ଦେବା ପାଇଁ ଚେକୋଭଙ୍କୁ ପରାମର୍ଶ ଦେବା ସହିତ ମନାଇଥିଲେ ମଧ୍ୟ।

ଷ୍ଟାନିସ୍ଲାଭସ୍କିଙ୍କର ବିସ୍ତୃତ ବିଶ୍ଳେଷଣ ନାଟକରେ ସ୍ୱଚ୍ଛତା ଏବଂ ନାଟକୀୟ ଶକ୍ତି ଆଣିଥିଲା, ଯାହା ପ୍ରଥମ ମଞ୍ଚାୟନରେ ବୃହତ୍ ସଫଳତା ପାଇଥିଲା । ଆତ୍ମନିର୍ବାସନରେ ରହିଥିବା ଚେକୋଭଙ୍କୁ ପ୍ରଥମ ମଞ୍ଚାୟନରେ ଉପସ୍ଥିତ ରହିବା ପାଇଁ ଏକ ଟେଲିଗ୍ରାମ୍ ପଠାଯାଇଥିଲା । କେ କିନ୍ତୁ ପ୍ରିମିୟର୍‌ରେ ଯୋଗଦେବାକୁ ମନା କରିଦେଇଥିଲେ।

ନାଟ୍ୟକାର, ନିର୍ଦ୍ଦେଶକ ଏବଂ କମ୍ପାନୀ ମଧ୍ୟରେ ସହଯୋଗ ପରେ ଭଲ କାମ କଲା । ଆଧୁନିକ ଯୁଗରେ ଲେଖାଯାଇଥିବା ତିନୋଟି ପ୍ରଭାବଶାଳୀ ନାଟକ; ଅଙ୍କଲ ଭାନିଆ, ଥ୍ରୀ ସିଷ୍ଟର୍ ଏବଂ ଦ ଚେରି ଅର୍କାର୍ଡ ସହିତ ଏହା ଥିଏଟର ଜଗତକୁ ସମୃଦ୍ଧ କଲା । ଚେକୋଭଙ୍କ ଗ୍ରାମୀଣ ରୁଷ୍ ଉପରେ ଗଭୀର ଜ୍ଞାନ ଏବଂ ନାଟକରେ ମାନବ ଦ୍ୱନ୍ଦ୍ୱକୁ ସଫଳ ଭାବେ ମଞ୍ଚାୟନ କରିପାରିବାର ଦକ୍ଷତା ନାଟକ ତ୍ରୟକୁ ସଫଳତା ଦେଇଥିଲା । ନିର୍ଦ୍ଦେଶକଙ୍କ କଳ୍ପନା ଏବଂ ଉତ୍ସର୍ଗୀକୃତ କାର୍ଯ୍ୟ ହିଁ ନାଟକର ସଫଳତାର ପ୍ରକୃଷ୍ଟ ଉଦାହରଣ।

ବାଙ୍ଗାଲୋରବାସୀ କର୍ଣ୍ଣାଥ, କର୍ନାଡ ଏବଂ କାମ୍ବରଙ୍କ ବିଷୟରେ ଅନେକ ଆଲୋଚନା ହୁଏ ।

ସଂଗୀତ, ଲୋକ ପରମ୍ପରା ଯେଉଁଥିରେ ନୃତ୍ୟ, ଗୀତ ଏବଂ କାହାଣୀକୁ ଅନ୍ତର୍ଭୁକ୍ତ କରି ନାଟକରେ ସାମଗ୍ରିକ ବ୍ୟାଖ୍ୟା ପ୍ରଦାନ କରିବାରେ ବି.ଭି କରନ୍ତ କିମ୍ବଦନ୍ତୀ ଥିଲେ । ନାଟ୍ୟକାର ଗିରିଶ କର୍ନାଡ ଏବଂ ଚନ୍ଦ୍ରଶେଖର କାମ୍ବର ବୋଧହୁଏ ଯଥାର୍ଥରେ ସେମାନଙ୍କର ନିର୍ଦ୍ଦେଶକ ପାଇଲେ । ନିର୍ଦ୍ଦେଶକ ଭାବରେ କର୍ଣ୍ଣାଥଙ୍କର କିଛି ସର୍ବୋତ୍ତମ କାର୍ଯ୍ୟ ହେଉଛି କାମ୍ବରଭ୍‌କ ଜୋକୁମାରା ସ୍ୱାମୀ ଏବଂ କର୍ଣ୍ଣଡଙ୍କ ହୟବଦନ୍ । ଉଭୟ ନାଟ୍ୟକାରମାନେ ଏକ ପ୍ରକାରନ୍ସଙ୍ଗୀତ ତଥା ସୁଖମୟ ଜୀବନର ଏକ ବିରଳ ଅନୁଭୂତି ନିଜ ଲେଖାରେ ଦେଇଥିଲେ ଯାହାକୁ କର୍ଣ୍ଣାଥ୍ ସଫଳତାର ସହିତ ମଞ୍ଚରେ ଫୁଟାଇ ପାରିଥିଲେ।

ଏକ ଶିଶୁକୁ ଏହି ଦୁନିଆକୁ ଆଣିବା ପାଇଁ ଯେପରି ଦୁଇ ଜଣ ଲୋକ ଆବଶ୍ୟକ କରନ୍ତି, ସେହିପରି ନାଟକକୁ ଏକ ଦୃଷ୍ଟାନ୍ତମୂଳକ ସଫଳନାଟକର ରୂପ ଦେବା ପାଇଁ ନାଟ୍ୟକାର ଓ ନିର୍ଦ୍ଦେଶକଙ୍କର ଯୁଗ୍ମ ମିଳନ ଆବଶ୍ୟକ ପଡ଼ିଥାଏ।

ଲେପେଜ୍ ଥରେ କହିଥଲେ ଯେ କାଠର ଗୋଟିଏ କଣ୍ଡେଇ କେବଳ ଗୋଟିଏ କାଠ ଯାହା ଯୋଡ଼ି ହୋଇ ରହିଥାଏ । ଏହାକୁ ଦର୍ଶକଙ୍କ ସାମ୍ନାରେ ରଖ, ଯଦି ତାହା ଦର୍ଶକଙ୍କ ସହିତ ଯୋଡ଼ି ହୋଇଯାଏ ତେବେ ତାହା ଜୀବନ୍ତ ହୋଇଯାଏ । ଏକ ଚମତ୍କାର ବାହାରି ଅସେ।

ଦର୍ଶକଙ୍କ ମନରେ ଭ୍ରମ ସୃଷ୍ଟି କରି ସଫଳତା ହାସଲ କରିବା ପାଇଁ ଆମ ସମସ୍ତଙ୍କୁ କାଠ, ନାଟକ ସହିତ ଯୋଡ଼ି ହେବା ଏବଂ ଏକ ସାମୂହିକ କଳ୍ପନା ଆବଶ୍ୟକ । ଯାହା ନିର୍ଦ୍ଦେଶକ ନାଟ୍ୟକାର, ଅଭିନେତା ଓ ଦର୍ଶକଙ୍କୁ ଏକାଠି କରି ଅଥବା ଯୋଡ଼ି ସଫଳ ନାଟକ ସୃଷ୍ଟି କରିଥାଏ ।

Leave a Reply

Your email address will not be published. Required fields are marked *