Uncategorized

ଆଗାମୀ ୪ ସପ୍ତାହ ଗୁରୁତ୍ୱପୂର୍ଣ୍ଣ, ସତର୍କ ରହିବାକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ

ଭୁବନେଶ୍ୱର,21st April,(Knews) :ଦେଶରେ କରୋନା ସଂକ୍ରମଣ ବଢିବାରେ ଲାଗିଥିବା ବେଳେ ଦିଲ୍ଲୀରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଯାହାକୁ ନେଇ ଦିଲ୍ଲୀ ସରକାର ଚିନ୍ତାରେ ପଡିଯାଇଛନ୍ତି । କରୋନା ବଢିବା ସହ କରୋନା କଟକଣା ଫେରିପାରେ ବୋଲି ଆଶଙ୍କା କରାଯାଉଛି । 

ଫଳରେ ଲୋକଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଏହାରି ଭିତରେ କରୋନା ସଂକ୍ରମଣକୁ ନେଇ ଓଡିଶାରେ ଚିନ୍ତା ମଧ୍ୟ ବଢିବାରେ ଲାଗିଲାଣି । ତେବେ ଓଡିଶାରେ କରୋନାର ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶ ବିଜୟ ମହାପାତ୍ର।ସେ କହିଛନ୍ତି, ବର୍ତ୍ତମାନ ଓଡିଶାରେ ଉଦବେଗ ଜନକ ସ୍ଥିତି ଆସିନାହିଁ । ତଥାପି ଆଗାମୀ ୩ରୁ ୪ ସପ୍ତାହ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । କାରଣ ପୂର୍ବ ଲହର ଗୁଡିକରେ ଦିଲ୍ଲୀରେ ସଂକ୍ରମଣ ବଢିବାର ମାସକ ପରେ ଓଡିଶାରେ ସଂକ୍ରମଣ ବଢୁଥିବା ନଜିର ରହିଛି । ତେଣୁ ଏହି ସମୟ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ସେହିପରି ଯେଉଁମାନେ ଟିକା ନେଇନାହାନ୍ତି ସେମାନେ ଟିକା ନେଇଯାଆନ୍ତୁ । ଯଦି ସଂକ୍ରମଣ ବୃଦ୍ଧି ହେବା ଆରମ୍ଭ କରେ ତେବେ ହସ୍ପିଟାଲ ଷ୍ଟ୍ରାଟେଜି ପରିବର୍ତ୍ତନ କରାଯିବ । ଏହାସହିତ ଜରୁରୀ କାମ ନଥିଲେ ଭିଡ ମଧ୍ୟକୁ ଯାଆନ୍ତାୁ ନାହିଁ ଏବଂ ମାସ୍କ ପିନ୍ଧଇବା ସହ ସତର୍କ ରହିବାକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *