Uncategorized

LIC IPOରେ ୨୦% ବିଦେଶୀ ନିବେଶ ପାଇଁ ଫିଟିଲା ବାଟ, FEMA ନିୟମରେ ପରିବର୍ତ୍ତନ କଲେ ସରକାର

ନୂଆଦିଲ୍ଲୀ,୧୭/୦୪:  ସରକାର ନିଜର ସ୍ୱାମୀତ୍ୱରେ ଥିବା ବୀମା କମ୍ପାନୀ ଏଲଆଇସିରେ ୨୦ ପ୍ରତିଶତ ପ୍ରତ୍ୟେକ୍ଷ ପୁଞ୍ଜି ନିବେଶ ପାଇଁ ବାଟ ଫିଟିଛି । ୨୦ ପ୍ରତିଶତ ଏଫଡିଆଇ ପାଇଁ ଫରେନ ଏକ୍ସଚେଞ୍ଜ ମ୍ୟାନେଜମେଣ୍ଟ ଆକ୍ଟର ନିୟମରେ ସଂଶୋଧନ କରିଛନ୍ତି । ସରକାର ଆଇପିଓ ଜରିଆରେ ଏଲଆଇସିରେ ନିଜ ଅଂଶଧନ ବିକ୍ରି କରିବାକୁ ଯୋଜନା ରଖିଛନ୍ତି । ଫେବ୍ରୁଆରୀରେ ଆଇପିଓ ପାଇଁ ଏଲଆଇସି SEBI ନିକଟରେ ଡ୍ରାଫ୍ଟ ପେପର ଦାଖଲ କରିଥିଲା।

ଗତ ସପ୍ତାହରେ SEBI ଡ୍ରାଫ୍ଟ ପେପରକୁ ନିଜର ମଞ୍ଜୁରୀ ପ୍ରଦାନ କରିଥିଲା। । ଏବେ ବୀମା କମ୍ପାନୀ ପରିବର୍ତ୍ତନ ସହ ଅନୁରୋଧ ପ୍ରସ୍ତାବକୁ ଦାଖଲ କରିବା ପ୍ରକ୍ରିୟାରେ ରହିଛି । କ୍ୟାବିନେଟ ମଞ୍ଜୁରୀ ପରେ ଡିପିଆଇଆଇଟି ଏଲଆଇସିର ଆଇପିଓରୁ ବିଦେଶ ନିବେଶ ଆଣିବା ପାଇଁ ମାର୍ଚ୍ଚ ୧୪ ତାରିଖରେ ଏଫଡିଆଇର ନିୟମରେ ସଂଶୋଧନ କରିଥିଲା।

ଏଫଡିଆଇର ନୀତିରେ ପରିବର୍ତ୍ତନ ସହ ଡିପିଆଇଆଇଟିର ପ୍ରାବଧାନକୁ ଲାଗୁ କରିବା ପାଇଁ ଫେମା ନୋଟିଫିକେସନ ଜାରୁରୀ ଥିଲା । ଏହି ନିୟମକୁ ଫରେନ ଏକ୍ସଚେଞ୍ଜ ମ୍ୟାନେଜମେଣ୍ଟ ନିୟମ ୨୦୨୨ ମଧ୍ୟ କୁହାଯାଇ ପାରିବ ବୋଲି ନିକଟରେ ଜାରି ଏକ ବିଜ୍ଞପ୍ତିରେ ସୂଚୀତ କରାଯାଇଥିଲା। ବିଜ୍ଞପ୍ତି ଜରିଆରେ ବର୍ତ୍ତମାନର ନୀତିରେ ଏକ ପାରାଗ୍ରାଫ ଯୋଡାଯାଇଥିଲା । ଏଥିରେ ଏଲଆଇସିରେ ଅଟୋମେଟିକ ଅର୍ଥାତ ସ୍ୱତଃ ସ୍ୱୀକୃତ ମାର୍ଗରୁ ୨୦ ପ୍ରତିଶତ ଯାଏଁ ଏଫଡିଆଇର ଅନୁମତି ଦିଆଯାଇଛି।

ବର୍ତ୍ତମାନର ଏଫଡିଆଇ ନୀତି ଅନୁସାରେ ସରକାରୀ ମଞ୍ଜୁରୀ ପରେ ପବ୍ଲିକ ସେକ୍ଟର ବ୍ୟାଙ୍କରେ ୨୦ ପ୍ରତିଶତ ବିଦେଶୀ ନିବେଶର ଅନୁମତି ରହିଛି । ଏହିପରି ଏଲଆଇସି ଏବଂ ଅନ୍ୟ କର୍ପୋରେଟ ସଂସ୍ଥାରେ ୨୦ ପ୍ରତିଶତ ବିଦେଶୀ ନିବେଶ ପାଇଁ ଅନୁମତି ଦିଆଯାଇଛି।

ଦେଶର ସବୁଠୁ ବଡ଼ ଆଇପିଓ ପାଇଁ ବାଟ ଫିଟାଇ SEBI ସରକାରଙ୍କ ଏଲଆଇସିରେ ପ୍ରାୟ 63,000 କୋଟି ଟଙ୍କାରେ ପାଞ୍ଚ ପ୍ରତିଶତ ଅଂଶଧନ ବିକ୍ରି କରିବା ପାଇଁ ଦସ୍ତାବିଜର ଡ୍ରାଫ୍ଟକୁ ମଞ୍ଜୁର ଦେଇଛି । ଦସ୍ତାବିଜ ଅନୁସାରେ, ଏଲଆଇସିର ଏମ୍ୱେଡେଡ୍ ଭେଲ୍ୟୁ (embedded value) ୨୦୨୧ ସେପ୍ଟେମ୍ୱର ୩୦ ସୁଦ୍ଧା ୫.୪ ଲକ୍ଷ କୋଟି ଟଙ୍କା ଥିଲା।

Leave a Reply

Your email address will not be published. Required fields are marked *