Uncategorized

ବୋର୍ଡ ସଦସ୍ୟ ନୁହେଁ, ଟ୍ବିଟରର ମାଲିକ ହେବାକୁ ଚାହୁଁଛନ୍ତି ଏଲନ୍ ମସ୍କ, ୧୦୦% ଅଂଶଧନ କିଣିବାକୁ ଦେଲେ ପ୍ରସ୍ତାବ

ନୂଆଦିଲ୍ଲୀ: ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ବିଟରକୁ କିଣିବେ ଏଲନ ମସ୍କ। କିଛି ଦିନ ତଳେ ଟେସଲା ସିଇଓ ଏଲନ୍ ମସ୍କ ଟ୍ୱିଟରର ପ୍ରାୟ ୯ପ୍ରତିଶତ ଅଂଶଧନ କିଣିଥିବା ନେଇ ଖବର ମିଳିଥିଲା। ପରେ ଏଲନଙ୍କୁ ଟ୍ବିଟର ବୋର୍ଡରେ ସାମିଲ କରାଯିବାର ପ୍ରସ୍ତାବ ଦିଆଯାଇଥିଲେ ବି ସେ ବୋର୍ଡ ସଦସ୍ୟ ହେବାକୁ ମନା କରିଦେଇଥିଲେ। ହେଲେ ଏବେ ଖବର ମିଳୁଛି ଯେ ବର୍ତ୍ତମାନ ଏଲନ ମସ୍କ ଟ୍ବିଟରର ବୋର୍ଡ ସଦସ୍ୟ ନ ହୋଇ ଏହାର ମାଲିକ ହେବାକୁ ଚାହୁଁଛନ୍ତି।  ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟରର ସତ୍ବାଧିକାର କିଣିବାକୁ ଏଲନ ମସ୍କ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି।

ରିପୋର୍ଟରେ ଦର୍ଶାଯାଇଛି ଯେ ଟୁଇଟର କିଣିବା ପାଇଁ ଏଲନ୍ ମସ୍କ କମ୍ପାନିକୁ ଏକ ଅଫର ଦେଇଛନ୍ତି। ମସ୍କ କହିଛନ୍ତି ଯେ, ମୁଁ ଟ୍ୱିଟରରେ ପୁଞ୍ଜି ବିନିଯୋଗ କରିଛି କାରଣ ଟ୍ବିଟରର ଦକ୍ଷତା ଉପରେ ମୁଁ ବିଶ୍ବାସ କରେ। ପୁଞ୍ଜି ବିନିଯୋଗ କରିବା ପରେ ମୁଁ ବର୍ତ୍ତମାନ ହୃଦୟଙ୍ଗମ କରିଛି ଯେ କମ୍ପାନିର ବର୍ତ୍ତମାନର ରୂପରେଖ ଆଗକୁ ଲୋକଙ୍କ ଆବଶ୍ୟକତାକୁ ପୂରଣ କରି ପାରିବ ନାହିଁ। ଟ୍ୱିଟରକୁ ଏକ ଘରୋଇ କମ୍ପାନି ଭାବରେ ରୂପାନ୍ତର କରାଯିବା ଆବଶ୍ୟକ। ଫଳସ୍ୱରୂପ, ମୁଁ ଟ୍ୱିଟରର ପ୍ରତିଟି ସେୟାର ପାଇଁ ୫୪.୨୦ ଡଲାର ଦେଇ ଟ୍ବିଟରର ୧୦୦% ଅଂଶଧନ କିଣିବାକୁ ଚାହୁଁଛି। ଏହି ଅଫର‌ ହେଉଛି ମୋର ସର୍ବୋତ୍ତମ ଏବଂ ଅନ୍ତିମ ଅଫର। ଯଦି ଏହା ଗ୍ରହଣ କରାଯାଏ ନାହିଁ, ତେବେ ମୁଁ ଅଂଶୀଦାର ରହିବି କି ନାହିଁ, ତାହା ଉପରେ ପୁନର୍ବିଚାର କରିବି।

Leave a Reply

Your email address will not be published. Required fields are marked *