Uncategorized

ବିନାଶ କାଳେ ବିପରୀତ ବୁଦ୍ଧି

ଦୀର୍ଘ ଦୁଇ ବର୍ଷ ଧରି ସାରା ବିଶ୍ୱ ବାସୀ, କରନା ମହାମାରୀ ରେ କବଳିତ।ଆର୍ଥିକ ମାନସିକ ଓ ସାମାଜିକ ସ୍ତରରେ ଖୁଵ ଚାପ ଗ୍ରସ୍ତ ରେ ସମୟ ଅତିବାହିତ ,କରୁଥିବାବେଳେ
ରୁଷ ଆଉ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି ।ରୁଷ ର ଆକ୍ରମଣ ରେ ୟୁକ୍ରେନ ର ଅଧିକ ରୁ ଅଧିକ ସହର ପ୍ରଭାବିତ ହେଉଛି ।ସାଧାରଣ ଲୋକଙ୍କ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି।ମୃତ ଲୋକଙ୍କୁ ଗଣ କବର ଦିଆଯାଉଛି।ରୁଷିଆ ୟୁକ୍ରେନ ର ମାଟିକୁ ଯେପରି ବିଦାରିତ କରିଛି, ତାକୁ ଦେଖିଲେ ପଥର ବି ତରଳି ଯିବ ।କିନ୍ତୁ ଜାତି ଗର୍ବ
,ଦମ୍ଭ ଆଉ ଅହମିକରେ ପୁର୍ନମାତ୍ରାରେ ଅନ୍ଧ।ଝିମିଟି ଖେଳ ରୁ ମହାଭାରତ ସୃଷ୍ଟି ହେଲା ପରି,ନାଟରେ ୟୁକ୍ରେନ ର ସଦସ୍ୟ ପଦକୁ ନେଇ, ୟୁକ୍ରେନ କୁ ବହୁତ ମୂଲ୍ୟ ଦେବାକୁ ପଡିଛି ।
ଗୋଟିଏ ପଟେ ଦ୍ୱୀପାକ୍ଷିକ ଆଲୋଚନା ଏକ ସକାରାତ୍ମକ ହେବ ବୋଲି କୁହାଯାଉଥିଲା ବେଳେ ଅନ୍ୟ ପଟେ ରୁଷ ତାର କିଭି ଦଖଲ ଯୋଜନାକୁ ଖୁଵ ତୀବ୍ର କରିଛି ।ସେପଟେ ୟୁକ୍ରେନ ର ରାଷ୍ଟ୍ରପତି ଆମେ ଆମ ଦେଶ କୁ ସୁରକ୍ଷା ଦେବାରେ ପଛ ଘୁଞ୍ଚା ଦେବୁ ନାହିଁ ।ଦୁଇ ଟି ଦେଶ ନିଜ ନିଜ ଜିଦି ରେ ଅଟଳ ଏପଟେ, ମାରିଉପୋଲ ରେ ମଲେଣି 2100 ଜନତା ।ସେଠାକାର ଜଣେ ସମାଜ ସେବି କହିଛନ୍ତି ଯେ, ଯୁଦ୍ଧ ରେ ଦୋଷୀ କିଏ ନିର୍ଦୋଶି କିଏ ଆମେ ଜାଣୁନା ,ଆମେ ଚାହୁଁଚୁ ଏ ଯୁଦ୍ଧ ଯେତେ ଶୀଘ୍ର ବନ୍ଦ ହେଉ ।ରକ୍ତ ପାତ ହିଂସା ବରବର୍ତ୍ତା କଣ ଏକ ମାତ୍ର ବିକଳ୍ପ ପନ୍ଥା।ମାନବୀୟ ପ୍ରେମ ଦୟା କରୁଣା ଏ ସବୁ କଣ ଲୋପ ପାଇଯାଉଛି ଦୁଇଟି ଦେଶ ଭିତରୁ।
ବେଳେ ବେଳେ କ୍ଷମତା ଓ ଶକ୍ତି ର ଅପବ୍ୟବହାର କରି ଆମେ ନିଜେ ହିଁ ନିଜ ଗୋଡ଼ରେ କୁରାଢ଼ୀ ମାରୁ । ମଣିଷ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବଳରେ ବଳିୟାନ ହୋଇଛି ସତ କିନ୍ତୁ କ୍ଷମତା ଲୋଭରେ ଅନ୍ଧ ହୋଇ ବାଟ ହୁଡୁଛି ।

ବହୁବିଧ ବୈଜ୍ଞାନିକ ଉଦ୍ଭାବନ ମନୁଷ୍ୟ କୁ ଏକ ଶୀର୍ଷ ସ୍ଥାନ ରେ ପହଞ୍ଚାଇଛି, ବିଜ୍ଞାନ ବଳରେ ବଳିୟାନ ହୋଇ ମନୁଷ୍ୟ ଆଜି ତିନି ଭୁବନରେ ପାଦ ଥାପିଛି।ଯୋଉ ଦିନ ନିଲ ଆର୍ମଷ୍ଟ୍ରୋନ ପ୍ରଥମେ ଚନ୍ଦ୍ର ପୃଷ୍ଠ ରେ ପାଦ ପକାଇଲେ, ସେ ଦିନ ମାନବଜାତି ପାଇଁ ବିଜ୍ଞାନ ଏକ ଗୌରବ ମୟ ଇତିହାସ ଥିଲା ।କିନ୍ତ ଅନ୍ୟ ପକ୍ଷେ ଯୋଉଦିନ “ଓପେନହେମର”ପରମାଣୁ ର ଜନକ ପରମାଣୁ ବୋମା ଆବିଷ୍କାର କଲେ ସେବେ ଠାରୁ ସେ ବିଶ୍ୱ ବାସୀ ଙ୍କ ଆଗରେ ଏକ ଘାତକ ରୂପେ ପରିଚିତ।ତାଙ୍କ ଦ୍ୱାରା ଆବିଷ୍କୃତ ଜିନିଷ ଗୋଟିଏ ମୁର୍ହତ ରେ ସାରା ବିଶ୍ୱ କୁ ନଷ୍ଟ କରିଦେବ।ଯୋଉ ବିଜ୍ଞାନ ଆଶୀର୍ବାଦ ହୋଇଥିଲା ସେହି ବିଜ୍ଞାନ ଅଭିଶାପ ରେ ପରିଣତ ହେବାକୁ ଗୋଟିଏ ମୁର୍ହୁତ ବି ଢ଼େର ।ରକେଟ ବୋମା ,ଉଡ଼ଜାନ ବୋମା ଇତ୍ୟାଦି ଅପପ୍ରୟାଗରେ ମଣିଷ ଆଜି ମରଣ ମୁହଁକୁ ଅଗ୍ରସର ହେଉଛି।ବିଜ୍ଞାନୀ ମଣିଷ ଆଜି ଅଜ୍ଞାନି ।ଅଜ୍ଞାନି ମଣିଷ ଭଳି ସେହ ପ୍ରେମ ଠାରୁ ଦୂରେଇ ଯାଇଛି।ଅଣୁ ବୋମା ତିଆରି କରି ମାନବ ଜାତିର ଧ୍ୱଂସ ଦେଖୁଛି। ଜୈବିକ ଜୀବାଣୁ ପ୍ରୟୋଗ କରି ବିଶ୍ୱ କୁ ଜନ ଶୂନ୍ୟ କରିବାକୁ ଧମକ ଦେଉଛି।ଏହା ମଣିଷ ର ନିର୍ବୋଧତା କୁ ସୂଚାଇ ଦେଉଛି ଯେ ସତ ରେ ଆମେ କେତେ ଅଜ୍ଞ ଯୋଉ ବିଜ୍ଞାନ ବଳ ଆମକୁ ସକଳ ଶକ୍ତି ଦେଇଥିଲା ସେହି ବିଜ୍ଞାନ ହିଁ ଆମ କୁ ଧୂଁସ ଆଡକୁ ନେଇଯାଉଛି ।ଯଦି ତୃତୀୟ ବିଶ୍ୱ ଯୁଧ୍ୟ ଆଣବିକ ଯୁଧ୍ୟ ହୁଏ ତେବେ କଥା ସରିଲା ।”ନା ରହେଗାବଂଶ ନା ବଜେଗା ବାସୁରି” ।ଠିକ ମହିଂସାସୁର ନିଜ ମସ୍ତକରେ ହାତ ରଖି ନିଜର ନିରବ୍ଧତା ର ପରିଚୟ ଦେଇ ନିଜର ବିନାଶ କଲା ଭଳି ରୁଷିଆ ଭି ଏଭଳି ପରିସ୍ଥିତି ନ ହେବ କିଏ କହିବ।କଥା ରେ ଅଛି ବିନାଶ କାଳେ ବିପରୀତ ବୁଦ୍ଧି ।

ସୁଜାତା ଦୀକ୍ଷିତ

Leave a Reply

Your email address will not be published. Required fields are marked *