ଦେଶ- ବିଦେଶରାଜ୍ୟ

୧୫ ରୁ ୧୮ ବର୍ଷୀୟଙ୍କୁ କେବଳ କୋଭାକ୍‌ସିନ୍‌, ଗାଇଡ୍‌ଲାଇନ୍‌ ଜାରି କଲା ସ୍ୱାସ୍ଥ୍ୟ ବିଭାଗ

ନୂଆଦିଲ୍ଲୀ : ଦେଶରେ କୋଭିଡ୍‌କୁ ନେଇ ଟୀକାକରଣ ଜାରି ରହିଛି । ବର୍ତ୍ତମାନ ୧୫ରୁ ୧୮ ବର୍ଷୀୟଙ୍କୁ କୋରନା ଭ୍ୟାକ୍‌ସିନ୍‌ ଦିଆଯିବା ପ୍ରସ୍ତୁତି ଚାଲିଛି । ଏହାକୁ ନେଇ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୋମବାର ପଞ୍ଜୀକରଣ ଏବଂ ଟୀକାକରଣକୁ ନେଇ ନିର୍ଦ୍ଦେଶନାମା ଜାରି କରିଛି । ଏହି ଗାଇଡ୍‌ଲାଇନ୍‌ ମୁତାବିକ, ୩ ଜାନୁଆରୀରୁ ଆରମ୍ଭ ହେବାକୁ ଯାଉଥିବା ୧୫-୧୮ବର୍ଷୀୟଙ୍କ ଟୀକାକରଣ ପାଇଁ ୨୦୦୭ ପୂର୍ବରୁ ଜନ୍ମ ହୋଇଥିବା ଅନିବାର୍ଯ୍ୟ କରାଯାଇଛି । ୧୫ରୁ ୧୮ ବର୍ଷୀୟ ଭ୍ୟାକ୍‌ସିନ୍‌ ନେବା ପାଇଁ ବିକଳ୍ପ ଭ୍ୟାକ୍‌ସିନ୍‌ ଭାବେ କୋଭାକ୍‌ସିନ୍‌ ଚୟନ କରାଯାଇଛି । କାରଣ ଏହା ଭାରତରେ ସ୍ୱୀକୃତ ଏକମାତ୍ର ଭ୍ୟାକ୍‌ସିନ୍ ଯାହାକି ୧୫-୧୮ ବର୍ଷ ବୟସ୍କ ବର୍ଗଙ୍କ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି । ସେହିପରି ZyCoV-D ନାମକ ଏକ ଟୀକା ଜାତୀୟ ଔଷଧ ନିୟାମକ ଦ୍ୱାରା ୧୨ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ସ୍ୱୀକୃତି ପାଇଛି । ଏହାକୁ ଗୁଜୁରାଟ ସ୍ଥିତ ଜାଇଡସ୍‌ ହେଲ୍ଥକେୟାର ଦ୍ୱାରା ପ୍ରସ୍ତୁତ କରାଯାଇଛି । କିନ୍ତୁ ଏହି ଟୀକାକୁ ଟିକାକରଣ କାର୍ଯ୍ୟକ୍ରମରେ ସାମିଲ୍‌ କରାଯାଇନାହିଁ । ସେହିପରି ସେରମ୍ ଇନଷ୍ଟିଚ୍ୟୁଟ ଏହି ବର୍ଗର ବୟସ୍କଙ୍କ ପାଇଁ ନୋଭାଭ୍ୟାକ୍ସ ନାମକ ଟିକା ପ୍ରସ୍ତୁତ କରିଛି । ଯାହା ଜାତୀୟ ଡ୍ରଗ୍ କଣ୍ଟ୍ରୋଲର୍ ୭ରୁ ୧୧ ବର୍ଷ ବୟସର ପିଲାମାନଙ୍କ ପାଇଁ ପରୀକ୍ଷା କରିବାକୁ ଅନୁମୋଦନ କରାଯାଇଛି । ଅନ୍ୟପଟେ ବାୟୋଲୋଜିକାଲ୍ ଇ’ର Corbevax ମଧ୍ୟ ପ୍ରସ୍ତୁତ ହେଇଛି । ଯାହା ପାଞ୍ଚ ବର୍ଷରୁ ଅଧିକ ପିଲାମାନଙ୍କ ଉପରେ ଉନ୍ନତ ପରୀକ୍ଷଣ ପାଇଁ ଅନୁମୋଦିତ ହୋଇଛି । ନୋଭାଭାକ୍ସ ଏବଂ Corbevax ବ୍ୟବହାର ପାଇଁ ଏପର୍ଯ୍ୟନ୍ତ ଅନୁମୋଦିତ ହୋଇନାହିଁ ।ତେବେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜାରି କରିଥିବା ଗାଇଡ୍‌ଲାଇନ୍‌ ଅନୁସାରେ କେବଳ ୧୫ରୁ ୧୮ ବର୍ଷୀୟଙ୍କୁ କେବଳ କୋଭାକ୍‌ସିନ୍‌ ଦିଆଯିବ ।

Leave a Reply

Your email address will not be published. Required fields are marked *