ମହାନଗରରାଜ୍ୟ

ମହାନଦୀରେ ଭାସୁଛି ଅଜଣା ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

ସାଲେପୁର : ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । କଟକ ଜିଲ୍ଲା କିଶନନଗର କାଳିକାପୁର ମହାନଦୀରେ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକମାନେ ମୃତଦେହ ଭାସୁଥିବାର ଦେଖି ବାଉଁଶ ଦ୍ବାରା ଅଟକାଇଛନ୍ତି । ଅଟକାଇବା ସହ କିଶନ ନଗର ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି । ମୃତଦେହ କେଉଁଠୁ ଭାସି ଭାସି ଏଠାକୁ ଆସିଲା ତାହା ଜଣାପଡିନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କଲେ ମୃତଦେହର ପ୍ରକୃତ କାରଣ ଜଣାପଡିବ ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *