ଅପରାଧରାଜ୍ୟ

ବାରିପଦା କାରାଗାରରେ ବିଚାରଧୀନ କଏଦୀର ସନ୍ଦେହଜନକ ମୃତ୍ୟୁ

ବାରିପଦା : ବାରିପଦା ମଣ୍ଡଳ କାରାଗାରରେ ବିଚାରଧୀନ ଅବସ୍ଥାରେ ଥିବା କଏଦୀର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି । ଛାତିରେ ଯନ୍ତ୍ରଣା ହେବା ପରେ ଜେଲ କର୍ତ୍ତୃପକ୍ଷଙ୍କ ଦ୍ଵାରା ବାରିପଦା ପି.ଆର.ଏମ. ମେଡ଼ିକାଲ କଲେଜ ଏବଂ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା। କିନ୍ତୁ ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିବା ନେଇ ଡାକ୍ତର ଘୋଷଣା କରିଥିଲେ। ମୃତକ ଜଣକ ହେଉଛନ୍ତି ବାରିପଦା ଟାଉନ ଥାନା ଅନ୍ତର୍ଗତ ବାବୁସାହିର ୱାର୍ଡ ନମ୍ବର ୫ ଅଞ୍ଚଳର ୩୦ ବର୍ଷ ବୟସ୍କ ଶଙ୍ଖୁ ରାୟ ।ସୂଚନାଯୋଗ୍ୟ ଯେ, ବଧୂ ହତ୍ୟା ଜନିତ ମାମଲାରେ ଗତ ୨୫ ଡିସେମ୍ବର ୨୦୧୯ ମସିହାରେ ଗିରଫ ହୋଇ ବାରିପଦା ସ୍ଥିତ ମଣ୍ଡଳ କାରାଗାରରେ ବାପା, ମା ଓ ବଡ଼ ଭାଇ ସମେତ ଶଙ୍ଖୁ ମଧ୍ୟ ବିଚାରଧୀନ କଏଦୀ ଭାବେ କାରାଦଣ୍ଡ ଭୋଗୁଥିଲେ ।

କିନ୍ତୁ ସୋମବାର ସେ ଦିନ ସମୟରେ ଖାଇ ସାରିବା ପରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ଜେଲ କର୍ତ୍ତୃପକ୍ଷ ତାଙ୍କୁ ବାରିପଦା ସ୍ଥିତ ପିଆରଏମ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଆଣି ଭର୍ତ୍ତି କରାଯାଇଥିବା ନେଇ ତାଙ୍କ ଓକିଲ ସ୍ବର୍ଣ୍ଣଲିପି ଦାସ ପଟ୍ଟନାୟକ ସୂଚନା ଦେଇଛନ୍ତି । ସେଠାରେ ଡାକ୍ତର ତାଙ୍କୁ ପୂର୍ବରୁ ମୃତ୍ୟୁ ହୋଇସାରିଥିବା ନେଇ ଘୋଷଣା କରିଥିଲେ । ଅନ୍ୟପଟେ ୬ ମାସ ପୂର୍ବରୁ ମଧ୍ୟ ତାଙ୍କ ମା’ଙ୍କ ଜେଲରେ ବିଚାରଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ବର୍ତ୍ତମାନ ସମୟରେ ଜେଲରେ ମୃତ୍ୟୁ ଶଙ୍ଖୁଙ୍କ ବାପା ଓ ବଡ଼ ଭାଇ ବିଚାରଧୀନ ଅବସ୍ଥାରେ ରହିଛନ୍ତି। ତେବେ ଉକ୍ତ ଘଟଣାକୁ ନେଇ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଉକ୍ତ ଘଟଣାର ସତ୍ୟାସତ୍ୟର ଯାଞ୍ଚ କରିବା ପାଇଁ ପଡୋଶୀ ଓ ଆଇନଜୀବୀ ଦାବି ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *