ଦେଶ- ବିଦେଶ

ଜାମ୍ମୁ କାଶ୍ମୀରରେ ଆତଙ୍କୀ ହମଲା : ସେନାବାହିନୀ ବସ ଉପରେ ଆଖିବୁଜା ଗୁଳିମାଡ କଲେ ଆତଙ୍କବାଦୀ

ଶ୍ରୀନଗର : ପୁଣି ଆତଙ୍କବାଦୀଙ୍କ ଦୌରାତ୍ମ୍ୟ । ଭାରତୀୟ ସେନାର ବସ ଉପରେ ଆତଙ୍କବାଦୀ ଆକ୍ରମଣ । ସୋମବାର ସନ୍ଧ୍ୟାରେ ସେନା ବାହିନୀ ଯାଉଥିବା ବସ ଉପରେ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ଜାମ୍ମୁ କାଶ୍ମୀରର ଶ୍ରୀନଗର ସ୍ଥିତ ଜେଓ୍ବାନରେ ସୁରକ୍ଷାବଳ ଉପରେ ଆକ୍ରମଣ କରିଛନ୍ତି ଆତଙ୍କୀ । ଆତଙ୍କବାଦୀଙ୍କ ଆକ୍ରମଣରେ ୨ ଜଣ ଯବାନ ସହିଦ ହୋଇଥିବା ଜଣାପଡିଛି । ୨ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଯବାନଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଥିବା ଜଣାପଡିଛି । ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜାମ୍ମୁ କାଶ୍ମୀରର ୯ମ ବାଟାଲିୟନ ସଶସ୍ତ୍ର ପୋଲିସ ବସ ଉପରେ ହୋଇଛି ଆକ୍ରମଣ । ମିଳିଥିବା ସୂଚନା ଅନୁସାରେ, ସୁରକ୍ଷାକର୍ମୀଙ୍କ ପକ୍ଷରୁ ସଂପୃକ୍ତ ଅଞ୍ଚଳକୁ ପୁରାପୁରି ଭାବେ ସିଲ କରାଯାଇ ସର୍ଚ୍ଚ ଅପରେସନ ଜୋରଦାର କରାଯାଉଛି । ଦୁଇରୁ ତିନି ଜଣ ଆତଙ୍କବାଦୀ ସୁରକ୍ଷା ବଳର ବସ୍ ଉପରକୁ ଗୁଳି ଚଳାଇଥିଲେ । ବସରେ ଯବାନମାନେ ଶ୍ରୀନଗର ଉପକଣ୍ଠରେ ଥିବା ଜେୱାନ ସ୍ଥିତ ପୋଲିସ୍ ଟ୍ରେନିଂ କଲେଜ ଯାଉଥିଲା । ଜାମ୍ମୁ କାଶ୍ମୀର ସଶସ୍ତ୍ର ପୋଲିସର ନବମ ବାଟାଲିୟନର ଯବାନମାନେ ଏହି ବସ୍‌ରେ ଯାତ୍ରା କରୁଥିଲେ । ରାସ୍ତାରେ ହିଁ ଆତଙ୍କବାଦୀମାନେ ହମଲା କରିଛନ୍ତି । ଏହି ଘଟଣା ପରେ କାଶ୍ମୀର ପୋଲିସ ଜୋନ୍ ଟୁଇଟ୍ କରି କହିଛି ଯେ, ଶ୍ରୀନଗରର ଜେୱାନ ଅଞ୍ଚଳରେ ଆତଙ୍କବାଦୀମାନେ ପୋଲିସ ଗାଡିକୁ ଆଖିବୁଜା ଗୁଳି ଚଳାଇଛନ୍ତି ।

Leave a Reply

Your email address will not be published. Required fields are marked *