ଅପରାଧରାଜ୍ୟ

ବ୍ୟବସାୟୀଙ୍କ ଠାରୁ ଛୁରି ଦେଖାଇ ୩ ଲକ୍ଷ ୭୦ ହଜାର ଟଙ୍କା ଲୁଟ ଘଟଣା, ୩ ଜଣଙ୍କୁ ଗିରଫ କଲା ରମ୍ଭା ପୋଲିସ

ଖଲ୍ଲିକୋଟ : ଚଳିତ ମାସ ୧୦ ତାରିଖରେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଚାରିଛକ ଗ୍ରାମର ବ୍ୟବସାୟୀ ରବିନ୍ଦ୍ର ସାହୁ ଏକ ପିକଅପ ଗାଡିରେ ନିଜ ଗ୍ରାମରୁ ବ୍ରହ୍ମପୁର ଆସୁଥିବା ବେଳେ ଲୁଟ୍‌ କରିଥିଲେ ଦୁର୍ବୃତ୍ତ । ରମ୍ଭା ଥାନା ସାଏବ କେନାଲ ନିକଟରେ ଗାଡିକୁ ଅଟକାଇବା ସହ ଛୁରି ଦେଖାଇ ୩ ଲକ୍ଷ ୭୦ ହଜାର ଟଙ୍କା ଏହି ଦୁର୍ବୃତ୍ତମାନେ ଲୁଟି ନେଇଥିଲେ । ଏନେଇ ରମ୍ଭା ଥାନାରେ ୫୬୩/୨୦୨୧ରେ ମାମଲା ରୁଜୁ ହୋଇ ପୁଲିସ ତଦନ୍ତ ଜାରିରଖିଥିଲା । ଆଜି ଏହି ମାମଲାରେ ରମ୍ଭା ପୁଲିସ ଘଟଣାର ପର୍ଦ୍ଦାଫାଶ କରିବା ସହ ତିନି ଜଣଙ୍କୁ ଗିରଫ କରିଛି । ଗିରଫମାନେ ହେଲେ କୃଷ୍ଣପ୍ରସାଦ ଥାନା ଅଂଚଳର ମାନସ ପାହନ, ଗୌତମ ଜେନା ଓ ଦିନବନ୍ଧୁ ପଲେଇ । ସେମାନଙ୍କ ନିକଟରରୁ ଗୋଟିଏ ଭୁଜାଲି ଓ ୩ ଲକ୍ଷ ୭୦ ହଜାର ଟଙ୍କା ଜବତ କରାଯାଇଛି । ଏହି ଘଟଣାରେ ରବିନ୍ଦ୍ର ସାହୁଙ୍କ ଗାଡି ଚାଳକ ମାନସ ପାହାନ ହିଁ ଘଟଣାର ମାଷ୍ଟରମାଇଣ୍ଡ ବୋଲି ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର ସୂଚନା ଦେଇଛନ୍ତି । ଏହି ସମୟରେ ଥାନା ଅଧିକାରୀ ଦୀପ୍ତିରଞ୍ଜନ ବେହେରା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *