ଅପରାଧରାଜ୍ୟ

ଅସହାୟ ବୋଲି ଶିଶୁପୁତ୍ରକୁ ଚୋରି କରି ବିକ୍ରି କରିଦେଲା ପଡ଼ୋଶୀ

ଢେଙ୍କାନାଳ : ଅସହାୟ ବୋଲି ମହିଳାଙ୍କ ୯ ମାସର ଶିଶୁ ପୁତ୍ରକୁ ଚଞ୍ଚକତାର ସହ ଚୋରି କରି ନେଇଥିଲେ ପୋଡ଼ାଶୀ । ଆଉ ଏହି ଅସହାୟ ମହିଳା ଜଣଙ୍କ ଥାନାର ଦ୍ୱାରସ୍ଥ ହେବ ପରେ ଏବେ ହରଡ଼ଘଣାରେ ପଡିଯାଇଛନ୍ତି ଦୁଇ ଅଭିଯୁକ୍ତ । ପରେ ଶିଶୁ ପୁତ୍ରକୁ ଉଦ୍ଧାର କରି ତାର ମାଆ ଜିମା ଦେଇଛି ପୁଲିସ । ଏପରି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଂଚଳରେ । ଏହି ନଅ ମାସର ଶିଶୁପୁତ୍ରକୁ ଚୋରି କରି ବିକ୍ରୟ ଘଟଣାରେ ଦୁଇଜଣଙ୍କୁ ଅଟକ ରଖିଛି କାମାକ୍ଷାନଗର ପୋଲିସ । ଅଟକ ଅଭିଯୁକ୍ତମାନେ ହେଲେ କାମାକ୍ଷାନଗର ଥାନା ଜିରିଡାମାଳି ଗାଁର ବୁଚୁ ଓରଫ ନଳିନୀ ଲୋହାର ଏବଂ କାମାକ୍ଷାନଗର ମୁଣ୍ଡିଦେଉଳି ସାହିର ମିର୍ଜା ମଇଉଦ୍ଦିନ ବେଗ । ସୂଚନା ଅନୁଯାୟୀ, କାନପୁରା ପଞ୍ଚାୟତ ଅନ୍ତର୍ଗତ ଜିରିଡାମାଳି ଗାଁ ପାଖ ସରକାରଙ୍କର ଏକ ପରିତ୍ୟକ୍ତ ଘରେ ସାବି ପ୍ରଧାନ ନାମକ ଜଣେ ମାନସିକ ଭିନ୍ନକ୍ଷମ ମହିଳା ତାଙ୍କ ୯ ମାସର ଶିଶୁପୁତ୍ରକୁ ଧରି ରହୁଥିଲେ । ତେବେ ଗତକାଲି ଅପରାହ୍ନ ସମୟରେ ମହିଳାଙ୍କ ଅସବଧାନତାର ସୁଯୋଗ ନେଇ ବୁଚୁ ଲୁହାର ନାମକ ଜଣେ ପୋଡ଼ାଶୀ ସେହି ଶିଶୁକୁ ଚୋରି କରି ନେଇଥିଲେ । ପରେ ଶିଶୁକୁ ଜିରିଡାମାଳି ଜଙ୍ଗଲରେ ରହୁଥିବା ମିର୍ଜା ମଇଉଦ୍ଦିନ ବେଗକୁ ବିକ୍ରୟ କରି ଦେଇଥିଲେ। ଯାହାକୁ ନେଇ ସାବି କାମାକ୍ଷାନଗର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି କାମାକ୍ଷାନଗର ପୋଲିସ ଅଭିଯୁକ୍ତ ମିର୍ଜା ମଇଉଦିନ ଠାରୁ ନଅ ମାସର ଶିଶୁ ପୁତ୍ରକୁ ଉଦ୍ଧାର କରିଥିଲେ । ଏ ସଂକ୍ରାନ୍ତରେ ପୋଲିସ ବୁଚୁ ଲୋହାର ଓ ମିର୍ଜା ମଇଉଦ୍ଦିନ ନାମକ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ପଚରା ଉଚୁରା କରୁଥିବା ବେଳେ ଅଧିକ ତଦନ୍ତ ଚଳାଇଛି ।

Leave a Reply

Your email address will not be published. Required fields are marked *