ରାଜ୍ୟ

ଆନ୍ଧ୍ର ବର୍ଷା ବିତ୍ପାତରେ ଫସିଥିବା ୧୬ ଓଡ଼ିଆ ଉଦ୍ଧାର

ଭୁବନେଶ୍ୱର: ଲଘୁଚାପ ଜନିତ ବର୍ଷା ବିତ୍ପାତ ଯୋଗୁଁ ତାମିଲନାଡ଼ୁ ଓ ଆନ୍ଧ୍ରପ୍ରଦେଶର ସ୍ଥିତି ବେହାଲ୍ ହୋଇଛି । ଦୁଇ ରାଜ୍ୟରେ ଲକ୍ଷାଧିକ ଲୋକ ଜଳବନ୍ଦୀ ହୋଇଥିଲାବେଳେ ସେମାନଙ୍କ ମଧ୍ୟରୁ ଓଡ଼ିଶାର ଶତାଧିକ ଲୋକ ବନ୍ୟା ଘେରରେ ଅଛନ୍ତି । ତେବେ ଓଡ଼ିଶା-ମୋ ପରିବାର ସଦସ୍ୟମାନେ ୧୬ ବିପନ୍ନଙ୍କୁ ଉଦ୍ଧାର କରି ଓଡ଼ିଶା ଫେରାଇ ଆଣିଛନ୍ତି। ଏନେଇ ଓଡ଼ିଶା ମୋ ପରିବାର ସମସ୍ତ ସଦସ୍ୟ ଓ ମୁଖ୍ୟମନ୍ତ୍ରୀଙ୍କୁ ଉଦ୍ଧାର ହୋଇଥିବାବ ଲୋକେ ଧନ୍ୟବାଦ ଦେଇଛନ୍ତି ।

ମିଳିଥିବା ସୂଚନାନୁସାରେ ବର୍ଷା ଯୋଗୁଁ ରାମେଶ୍ୱରମରୁ ଭୁବନେଶ୍ୱର ଆସୁୂଥିବା ଟ୍ରେନ ବାତିଲ ହୋଇଥିଲା । ଏଥିରେ ଥିବା ଓଡ଼ିଆ ଯାତ୍ରୀ ବିନା ଖାଦ୍ୟ ପାଣିରେ ଜୀବନ ବିତାଇଥିଲେ । ଚେନ୍ନାଇର ଥିବା ଓଡ଼ିଶା-ମୋ ପରିବାର ପ୍ରତିନିଧି କ୍ଷୀରୋଦ ଜେନା ଏହା ଜାଣିବା ପରେ ସହାୟତା ହାତ ବଢ଼ାଇ ଥିଲେ । ଓଡ଼ିଶା ସରକାରଙ୍କୁ ଜଣାଇବାପରେ ସେହି ଗଞ୍ଜାମ ଜିଲ୍ଲାର ୮ ଯାତ୍ରୀଙ୍କୁ ବିମାନଯୋଗେ ଭୁବନେଶ୍ୱର ଅଣାଯାଇଛି । ବିଜୁ ପଟ୍ଟନାୟକ ଅନ୍ତର୍ଜାତିକ ବିମାନବନ୍ଦରରେ ସେମାନଙ୍କୁ ସ୍ୱାଗତ କରିଛନ୍ତି ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଓ ବିଜେଡି ଯୁଗ୍ମ ସମ୍ପାଦକ ରୁଦ୍ର ସାମନ୍ତରାୟ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ।

Leave a Reply

Your email address will not be published. Required fields are marked *