ମହାନଗରରାଜ୍ୟ

୧୬ ବୃଦ୍ଧଙ୍କୁ ବୃଦ୍ଧାଶ୍ରମ ପଠାଇଲା ବିଏମ୍‌ସି : ଥଇଥାନ ହେବେ ଆଉ ୮୧ ନିରାଶ୍ରୟ

ଭୁବନେଶ୍ୱର: ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଅସହାୟ, ଗରିବ ତଥା ବୃଦ୍ଧଙ୍କ ଥଇଥାନ ଆରମ୍ଭ ହୋଇଛି । ସୋମବାର ସୁଦ୍ଧା ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଦ୍ୱାରା ପରିଚାଳିତ ଆଶ୍ରୟସ୍ଥଳରେ ୯୭ ନିରାଶ୍ରୟ ଆଶ୍ରୟ ନେଇଥିଲେ । ହେଲେ ସୋମବାର ସେମାନଙ୍କ ମଧ୍ୟରୁ ୧୬ ଜଣଙ୍କୁ ଖୋର୍ଦ୍ଧାରେ ଥିବା ବୃଦ୍ଧାଶ୍ରମକୁ ସ୍ଥାନାନ୍ତର କରାଯାଇଛି । ପର୍ଯ୍ୟାୟକ୍ରମେ ବାକି ୮୧ ନିରାଶ୍ରୟଙ୍କୁ ଥଇଥାନ କରାଯିବ ବୋଲି ବିଏମ୍‌ସି ପକ୍ଷରୁ ପ୍ରକାଶ ପାଇଛି ।

ବିଏମ୍‌ସି ପକ୍ଷରୁ ମିଳିଥିବା ସୂଚନା ମୂତବାକ, ୨ ଏନ୍‌ଜିଓ (ସିଏଆର୍‌ଡିଏସ୍ ଏବଂ ଭିଜେଏସ୍‌ଏସ୍‌) ଦ୍ୱାରା ପରିଚାଳିତ ବୃଦ୍ଧାଶ୍ରମକୁ ପୃଥକ ଭାବେ ୧୬ ଜଣଙ୍କୁ ପଠାଯାଇଛି । ସିଏଆର୍‌ଡିଏସ୍‌କୁ ୧୩ ଜଣଙ୍କୁ ପଠାଯାଇଥିବାବେଳେ ଭିଜେଏସ୍‌ଏସ୍‌କୁ ୩ ଜଣଙ୍କୁ ପଠାଯାଇଛି । ସେପଟେ ଅନ୍ୟ ଏକ କାର୍ଯ୍ୟକ୍ରମରେ ବିଏମ୍‌ସି ଅତିରିକ୍ତ ଆୟୁକ୍ତ ଲକ୍ଷ୍ମୀକାନ୍ତ ସେଠୀ ବିଏମ୍‌ସି ପରିଚାଳିତ ଆଶ୍ରୟସ୍ଥଳରେ କମ୍ବଳ ବଣ୍ଟନ କରିଛନ୍ତି । ଚନ୍ଦ୍ରଶେଖରପୁର ସ୍ଥିତ ଆଶ୍ରୟସ୍ଥଳ ଯାହାକି ପତିତ ଉଦ୍ଧାର ସମିତି ଦ୍ୱାରା ପରିଚାଳିତ ହେଉଛି ସେଠାରେ ଏହି ଆବଣ୍ଟନ କରାଯାଇଛି । ଆଶ୍ରୟସ୍ଥଳରେ ମୋଟ ୪୫ ଅନ୍ତୋବାସୀ ଥିବା ବିଏମ୍‌ସି ପକ୍ଷରୁ ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *