ଅପରାଧରାଜ୍ୟ

ଯୌତୁକ ନିର୍ଯାତନା ଅଭିଯୋଗରେ ୨ ଜଣଙ୍କୁ ଜେଲ୍‌

ଗଞ୍ଜାମ : ଯୌତୁକ ଜନିତ ନିର୍ଯାତନା ମାମଲାର ବିଚାର କରି ଆଜି ହିଞ୍ଜିଳିକାଟୁ ଜେଏମ୍‌ଏଫ୍‌ସି କୋର୍ଟର ବିଚାରପତି ରାଜଶ୍ରୀ ପଟ୍ଟନାୟକ କଞ୍ଚୁରୁ ଗ୍ରାମର ସନାତନ ମହାନ୍ତି ଓ ନାରାୟଣ ମହାନ୍ତିଙ୍କୁ ଏକ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଏଥିସହ ୫ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ଆଉ ୩ ମାସ ଜେଲ ଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି । ପ୍ରକାଶ ଯେ, ଗଣ୍ଡଳା ଗ୍ରାମର ଭୋବିନି ମହାନ୍ତିଙ୍କ ଝିଅ ରଚନା ମହାନ୍ତି କଞ୍ଚୁରୁ ଗ୍ରାମର ନାରାୟଣ ମହାନ୍ତିଙ୍କୁ ବିବାହ କରିଥିଲେ । ପୁଅ ଘର ପକ୍ଷରୁ ଅଧିକ ଯୌତୁକ ମଗାଯିବା ସହ ରଚନାଙ୍କୁ ନିର୍ଯାତନା ଦିଆଯାଉଥିବା ନେଇ ଅଭିଯୋଗ ହୋଇଥିଲା । ରଚନାଙ୍କ ମା’ ସବିତା କୁମାରୀ ମହାନ୍ତି ୨୦୨୦ ସେପ୍ଟେମ୍ବର ୬ ତାରିଖରେ ହିଞ୍ଜିଳି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ନାରାୟଣ ମହାନ୍ତି, ସନାତନ ମହାନ୍ତି ଓ ଶୁଭାସିନି ମହାନ୍ତିଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲା । ଆଜି ମାମଲାର ଶୁଣାଣି ବେଳେ ବିଚାରପତି ୧୧ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ସୁଭାସିନୀ ମହାନ୍ତିଙ୍କୁ ନିର୍ଦ୍ଦୋଶରେ ଖଲାସ କରିବା ସହ ନାରାୟଣ ମହାନ୍ତି ଓ ସନାତନ ମହାନ୍ତିଙ୍କୁ ଆର୍ଥିକ ଜୋରିମାନା ସହ ଏକବର୍ଷ ଦଣ୍ଡାଦେଶ ଶୁଣାଇଥିଲେ । ମୁଦାଲା ତରଫରୁ ଓକିଲ ଶାନ୍ତନୁ ପୋଲାଇ ଓ ସରକାରଙ୍କ ତରଫରୁ ଜୀଶୁରାମ ବେହେରା ମାମଲା ପରିଚାଳନା କରୁଥିଲେ ।

Leave a Reply

Your email address will not be published. Required fields are marked *