ରାଜନୀତିରାଜ୍ୟ

ରାୟଗଡ଼ାରେ କଂଗ୍ରେସ, ବିଜେପି ଓ ବିଏସ୍‌ପି କର୍ମୀଙ୍କ ବିଜେଡିରେ ଯୋଗଦାନ

ରାୟଗଡା: ବିଜୁ ଜନତା ଦଳ ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହେଇଛି । ସ୍ଥାନୀୟ ତେଜସ୍ୱୀ ହୋଟେଲ ସମ୍ମୁଖ ପଡ଼ିଆ ଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାୟଗଡା ଜିଲ୍ଲା କଂଗ୍ରେସ, ବିଜେପି ଓ ବିଏସପିର ଶତାଧିକ କର୍ମୀ ଦଳ ଛାଡି ବିଜେଡି ରେ ସାମିଲ ହେଇଛନ୍ତି । ଆଗାମୀ ପଞ୍ଚୟତ ନିର୍ବାଚନ ପୂର୍ବରୁ ଏହି ମିଶ୍ରଣ ପର୍ବ ବିଜେଡିକୁ ଅଧିକ ଶକ୍ତିଶାଳୀ କରିବ ।

ଜିଲ୍ଲାର ୧୧ ଗୋଟି ବ୍ଲକ ଚେୟାରମ୍ୟାନ ଓ ୨୨ ଗୋଟି ଜିଲ୍ଲାପରିଷଦ ଆଗାମୀ ନିର୍ବାଚନରେ ଜୟଯୁକ୍ତ କରିବ ବୋଲି ବକ୍ତା ମାନେ ପ୍ରକାଶ କରିଥିଲେ । ରାୟଗଡ଼ା ଜିଲ୍ଲା ବିଜେଡି ସଭାପତି ସୁଧୀର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ପ୍ରଣଵ ପ୍ରକାଶ ଦାସ, ରାୟଗଡ଼ା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଅତୁନ ସବ୍ୟସାଚୀ, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ,ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ ଉପସ୍ଥିତ ଥିଲେ । ନବୀନ ସରକାରଙ୍କ ଆଦର୍ଶ ଓ ଜନହିତକାରୀ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେଡି ଯୋଗଦେଇଥିବା କଂଗ୍ରେସ, ବିଜେପି ଓ ବିଏସ୍‌ପି କର୍ମୀମାନେ କହିଛନ୍ତି ।

ରାଜ୍ୟରେ ବିଜୁ ଜନତା ଦଳ ପ୍ରତି ଲୋକଙ୍କ ଆସ୍ଥା ବଢ଼ୁଥିବା ବେଳେ ନବୀନଙ୍କ ସ୍ୱଚ୍ଛ ଶାସନ ସେମାନଙ୍କୁ ଦଳ ପ୍ରତି ଆକୃଷ୍ଟି କରୁଛି । ଏଣୁ ରାଜ୍ୟର ବିଭିନ୍ନ ଜିଲ୍ଲାର, ବ୍ଲକ୍ ଓ ପଞ୍ଚାୟତସ୍ତରରେ ଅନ୍ୟ ଦଳର କର୍ମୀ ଓ ନେତା ଏବେ ବିଜେଡି ମୁହାଁ ହୋଇଛନ୍ତି । ସୂଚନା ଯୋଗ୍ୟ ଯେ, ଦଳ ଭିତରୁ ହତ୍ୟା ଧମକ ମିଳୁଛି । ବୁଝିବାକୁ ରାଜ୍ୟ ବିଜେପି ନେତୃବୃନ୍ଦଙ୍କ ପାଖରେ ସମୟ ନାହିଁ । ଏମିତି କିଛି ଅଭିଯୋଗ ଆଣି ବିଜେପି ଛାଡ଼ିବା ସହ ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଥିଲେ ରାୟଗଡ଼ା ଜିଲ୍ଲା ଯୁବ ମୋର୍ଚ୍ଚା ଉପସଭାପତି ମଇନା ଆଚାର୍ଯ୍ୟ।

ରାୟଗଡା ଜିଲ୍ଲା ବିଜେପି ସଭାପତିଙ୍କ ମନମୁଖୀ କାର୍ଯ୍ୟ ତଥା ମହିଳାଙ୍କୁ ଅସମ୍ମାନ ଅଭିଯୋଗରେ ମଇନା ଇସ୍ତଫା ଦେଇଛନ୍ତି । ମଇନା ଜଣେ ଶୃଙ୍ଖଳିତ କାର୍ଯ୍ୟକର୍ତ୍ତା ଭାବେ କାମ କରୁଥିବା ବେଳେ ଜିଲ୍ଲା ସଭାପତି ଶିବ ପଟ୍ଟନାୟକ ଓ ସମ୍ପାଦକ କିଶୋର ପଣ୍ଡା ତାଙ୍କୁ ବାରମ୍ବାର ଅପମାନିତ କରିଥିବା ସେ ଅଭିଯୋଗ କରିଥିଲେ । ବିଜେପିର କିଛି କର୍ମକର୍ତ୍ତା ତାଙ୍କୁ ମାରିଦେବାକୁ ଧମକ ଦେଉଥିବା ସେ ଅଭିଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *