ଅପରାଧରାଜ୍ୟ

ସୁବର୍ଣ୍ଣପୁର ପିଲା ଚୋରି ଘଟଣାର ପର୍ଦ୍ଦାଫାସ୍

ସୋନୁପର : ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟରୁ ଶିଶୁ ଚୋରି ଘଟଣାର ପର୍ଦ୍ଦାଫାସ । ନିଖୋଜ ଶିଶୁର ବାପା ଓ ଆଈଙ୍କୁ ଗିରଫ କରିଛି ପୋଲିସ । ଦୁଇ ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ପୋଲିସ । ଗତକାଲି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ ଚୋରି ହୋଇଥିବା ନବଜାତ ଶିଶୁ କନ୍ୟାକୁ ଅର୍ଜ୍ଜୁନପୁର ଜଙ୍ଗଲର ପ୍ରତାପପୁରରୁ ଉଦ୍ଧାର କରାଯାଇଥିଲା ଗତ ଶନିବାର ଦିନ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ଯ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗ ୱାର୍ଡରୁ ନବଜାତ ଶିଶୁ ଚୋରୀ ହୋଇଥିବା ଅଭିିଯୋଗ ହୋଇଥିଲା । ଗତ ୧୯ ତାରିଖ ଭୋରରୁ ବୀରମହାରାଜପୁର ଉପଖଣ୍ଡ ଷଣ୍ଢା ଗାଁର ଗଜେନ୍ଦ୍ର ତାଣ୍ଡି ନିଜ ପତ୍ନୀ ସନ୍ତୋଷିନୀଙ୍କୁ ପ୍ରସୂତି କାଳୀନ କଷ୍ଟ ହେବାରୁ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଭର୍ତ୍ତି କରିଥିଲେ। ସକାଳେ ୯ ଟା ୧୫ ମିନିଟରେ ସନ୍ତୋଷିନୀ ଏକ ଶିଶୁ କନ୍ଯାକୁ ଜନ୍ମ ଦେଇଥିଲେ ।

ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଶଯ୍ଯା ଅଭାବରୁ ମା ଓ ଶିଶୁ ଉଭୟେ ପ୍ରସୂତି ୱାର୍ଡର ବାରଣ୍ଡାରେ ଆଶ୍ରୟ ନେଇ ଚିକିତ୍ସିତ ହେଉଥିଲେ ।ସନ୍ତୋଷିନୀଙ୍କ ସହିତ ତାଙ୍କ ଶାଶୁ ମଧ୍ୟ ରହିଥିଲେ । ସନ୍ତୋଷିନୀ ଶୌଚ ହେବା ପାଇଁ ଯିବା ସମୟରେ ତାଙ୍କ ଶାଶୁ ଶିଶୁ କନ୍ଯାଟିକୁ ଧରିଥିଲେ ।ଜଣେ ମହିଳା ତାଙ୍କ ପାଖକୁ ଆସି କନ୍ଯାସନ୍ତାନ ଟିକୁ ଧରିବା ପାଇଁ କହି ସନ୍ତୋଷିନୀଙ୍କ ଶାଶୁଙ୍କ କୋଳରୁ ନେଇ ଯାଇଥିଲେ ।ତେବେ ଅଳ୍ପ ସମୟ ଭିତରେ କନ୍ଯା ସନ୍ତାନଟିକୁ ଧରି ମହିଳା ଜଣକ କୁଆଡେ ଫେରାର ମାରିଥିଲେ ବୋଲି ମୁଖ୍ଯ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ ପାଖରେ ଅଭିଯୋଗ ହୋଇଥିଲା ।ଏହି ଘଟଣାକୁ ନେଇ ପୋଲିସରେ ଅଭିଯୋଗ ପରେ ପୋଲିସ ତଦନ୍ତ କରି ଶିଶୁଟିକୁ ଅର୍ଜ୍ଜୁନପୁର ଜଙ୍ଗଲର ପ୍ରତାପପୁରରୁ ଉଦ୍ଧାର କରିଥିଲା ଓ ଏହି ଘଟଣାରେ ସମ୍ପୃକ୍ତ ଥିବା ଶିଶୁର ବାପା ଓ ସମ୍ପକୀୟ ଆଇକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Leave a Reply

Your email address will not be published. Required fields are marked *