ରାଜ୍ୟ

ରେଳ ଧାରଣା କଡରୁ ଜଣେ ବ୍ୟକ୍ତିଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର

କେନ୍ଦ୍ରାପଡା : କେନ୍ଦ୍ରାପଡା କଜଳାଠାରେ ହାରିଦାଶପୁର-ପାରାଦୀପ ରେଳ ଲାଇନ ପାର୍ଶ୍ବରୁ ଜଣେ ବ୍ୟକ୍ତିଙ୍କର ଖଣ୍ଡ ବିଖଣ୍ଡିତ ମୃତଦେହ ଠାବ ହୋଇଛି । ସୋମବାର ଅପରାହ୍ନରେ ରେଳ ଧାରଣା କଡରେ ମୃତଦେହଟି ପଡିଥିବାର ଦେଖିବାକୁ ମିଳିଥିଲା । ତେବେ ଟ୍ରେନ୍ ଧକ୍କାରେ ଏହି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ମୃତବ୍ୟକ୍ତିଙ୍କ ପରିଚୟ ମିଳିପାରି ନାହିଁ । ମୃତଦେହ ନିକଟରୁ ଏକ ଛୋଟ ବ୍ୟାଗ ମିଳିଛି ।

Leave a Reply

Your email address will not be published. Required fields are marked *