ରାଜନୀତିରାଜ୍ୟ

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି କଂଗ୍ରେସ ଓ ବିଜେପିର ୩୦ କର୍ମୀ ଅଟକ

ଫୁଲବାଣୀ : ଆଜି ବିଜେଡ଼ି ସୁପ୍ରିମ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ କନ୍ଧମାଳ ଗ୍ରସ୍ତ ପରିପେଖୀ ରେ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣା ରେC ମମିତାଙ୍କୁ ନ୍ୟାୟ ଦେବା ଦାବିରେ ରାଜନୀତି ବେଶ ସରଗରମ ହୋଇଉଠିଛି । ଦିନକୁ ଗୋଟିଏ ପରେ ଗୋଟିଏ ତଥ୍ୟ ସାମନାକୁ ଆସିବା ବେଳେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରବା ସହ ନାରାୟଣୀ ଛକ ଠାରେ କଳା ପତାକା ଦେଖାଇଛି କଂଗ୍ରେସ । ପଂଚାୟତରାଜ୍ ମନ୍ତ୍ରୀ ପ୍ରତାପ ଜେନା ସମତେ ବିଜେଡି ର କର୍ମୀ ଶୋଭାଯାତ୍ରା କରି ସହର ପରିକ୍ରମା କରି ଥିବା ବେଳେ କଳା ପତାକା ଦେଖାଇ ପ୍ରତିବାଦ କରିବା ସହ ବିଜେଡି ସହ ଧସ୍ତାଧସ୍ତି ହୋଇ ଥିଲା କଂଗ୍ରେସ । କଂଗ୍ରେସ ର 30 ଜଣ ରୁ ଅଧିକ କର୍ମି ଙ୍କୁ ଗିରଫ କରିଛି ପୋଲିସ । ସେହିପରି ମାଦିକୁନ୍ଦ। ଛକ ଠାରେ ବିଜେପି ପକ୍ଷରୁ ମଧ୍ୟ ମମିତା ମେହେର ହତ୍ୟା ଘଟଣାରେ ଦିବ୍ୟଶଙ୍କର ମିଶ୍ର ଙ୍କୁ ଗିରଫ ଦାବି କରିବା ସହ ମୁଖ୍ୟମନ୍ତ୍ରୀ କନ୍ଧମାଳ ଛାଡିଚାଲିଜାନ୍ତୁ ବୋଲି ନାରା ଦେବା ସହ କଳା ପତାକା ପଦର୍ଶନ କରିଥିଲେ ବିଜେପିର କର୍ମି ମାନେ । ପ୍ରତିବାଦ କରୁଥିବା ବିଜେପି ର30 ଜଣ କର୍ମି ମାନଙ୍କୁ ଅଟକ ରଖିଛି ପୋଲିସ ।ଆଜି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ଦାୟିତ୍ବରେ ଥିବା ପୋଲିସ ଯୁବ କଂଗ୍ରେସ କର୍ମୀଙ୍କ ଅଟକ ରଖିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *