ରାଜନୀତିରାଜ୍ୟ

ବିଜେପି ସାଧାରଣ ଲୋକଙ୍କ ସହ ନୁହେଁ ଧନାଢ଼୍ୟଙ୍କ ସହ ଅଛି : ଲେନିନ୍

ଭୁବନେଶ୍ୱର : ଭାରତୀୟ ଜନତା ଦଳ ଉପରେ ବର୍ଷିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି । ଆଉ ୮ମାସ ରାସନ ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଲେଖାଯାଇଥିବା ଚିଠି ପ୍ରସଂଗରେ ବିଜେପି ଉପରେ ବର୍ଷିଛନ୍ତି ଶ୍ରୀ ମହାନ୍ତି । ସମ୍ପ୍ରତି କରୋନାର ପ୍ରଭାବ ଧିରେ ଧିରେ କମୁଥିବା ବେଳେ ଏବେ ବି ଗରିବ ଓ ମଧ୍ୟବିତ୍ତଙ୍କ ଆର୍ଥିକ ଅବସ୍ଥାରେ ସୁଧାର ଆସିନାହିଁ । ଏଣୁ ମୁଖ୍ୟମନ୍ତ୍ରୀ ଆଉ ୮ ମାସ ରାସନ ସାମଗ୍ରୀ ଅନ୍ନ କଲ୍ୟାଣ ଯୋଜନାରେ ଯୋଗାଇଦେବାକୁ ଚିଠି ଲେଖିଥିଲେ । ଯାହାକୁ ଓଡ଼ିଶା ବିଜେପି ସମର୍ଥନ କରିବା ବଦଳରେ ସାମ୍ୱାଦିକ ସମ୍ମିଳନୀ କରି ବିରୋଧ କରୁଛି । କେନ୍ଦ୍ରର ଭୁଲ ନୀତି ଯୋଗୁଁ ଲୋକେ ସମସ୍ୟା ଭୋଗୁଛନ୍ତି ।

ତୈଳ ଓ ଗ୍ୟାସ ଦର ୨ଗୁଣା ହୋଇଛି, ଏହାକୁ ବିଜେପିର ଅଣଦେଖା କରୁଛି । ଗରିବ ଓ ଜରୁରୀ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ରାସନ ଯୋଗାଣ ଜାରି ରଖିବାକୁ ଅନୁରୋଧ କରିଥିବା ବେଳେ ଏହାକୁ ତାତ୍ସଲ୍ୟ କରିଛି ଓଡ଼ିଶା ବିଜେପି । ଏଥରୁ ସ୍ପଷ୍ଟ ହେଉଛି ଯେ, ବିଜେପି ସାଧାରଣ ଲୋକଙ୍କ ସହ ନାହିଁ, ଧନାଢ଼୍ୟଙ୍କ ପାଇଁ ଅଛି । ବ୍ୟବସାୟୀ ଓ ବିତ୍ତଶାଳୀଙ୍କ ହିତ ପାଇଁ ବିଜେପି ଚିନ୍ତା କରୁଛି । କେନ୍ଦ୍ରର ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ଓଡ଼ିଶାର ଚାଷୀଙ୍କ ଠାରୁ ଚାଉଲ କିଣା ଯାଉନଥିବା ବେଳେ ଓଡ଼ିଶା ବିଜେପି ଏଥିପାଇଁ ଚିନ୍ତିତ ନୁହେଁ । ଇନ୍ଧନ ଏବଂ ଗ୍ୟାସ ଦର ବୃଦ୍ଧି ପାଇଁ ବି ଚିନ୍ତା କରୁନାହିଁ ଯାହା ସାଧାରଣ ଲୋକଙ୍କୁ କ୍ଷତି ପହଞ୍ଚାଉଛି, ଏହା କେବଳ ବ୍ୟବସାୟୀ ଏବଂ ପଇସା ଥିବା ଲୋକଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ଚିନ୍ତା କରୁଛି । ଓଡ଼ିଶାର ଗରିବ ଏବଂ ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ଗରିବ ବିରୋଧୀ ତତା ମଧ୍ୟବିତ୍ତ ବିରୋଧୀ ଆଭିମୁଖ୍ୟ ପାଇଁ ଆଗାମୀ ଦିନରେ ଓଡ଼ିଶା ବିଜେପିକୁ ଉଚିତ ଜବାବ ଦେବେ ବୋଲି ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି ଚେତାଇ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *