ମହାନଗରରାଜ୍ୟ

ଚୌଦ୍ୱାର -କଟକ ବିଜେଡିର ବିଶାଳ ରାଲି

କଟକ : ଡିଜେଲ୍‌,ପେଟ୍ରୋଲ ଓ ରନ୍ଧନ ଗ୍ୟାସ ବୃଦ୍ଧି ପ୍ରତିବାଦରେ କେନ୍ଦ୍ର ସରକାରଙ୍କ ବିରୋଧରେ ଚୌଦ୍ୱାର-କଟକ ବିଜେଡି ପକ୍ଷରୁ ଏକ ବିଶାଳ ରାଲି ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ପୂର୍ବତନ ବିଧାୟକ ଡ. ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ରାଲି ସ୍ଥାନୀୟ ପୁରୀଘାଟ ଠାରୁ ବାହାରି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ôଚ ବିକ୍ଷୋଭ ପ୍ରଦର୍ଶନ କରିଥିଲା । ଏହି ରାଲିରେ ତିନି ହଜାରରୁ ଉର୍ଦ୍ଧ୍ୱ ମହିଳା,ଯୁବ ତଥା ଛାତ୍ର କର୍ମୀ ଦଳୀୟ ପତାକା ଧରି ସାମିଲ ହୋଇଥିଲେ । ଏଥି ସହିତ ଅନେକ ମହିଳା କର୍ମୀ ମୁଣ୍ଡରେ ଖାଲି ଗ୍ୟାସ ୍‌ଟାଙ୍କି ଓ ଚୁଲା ମୁଣ୍ଡାଇ କେନ୍ଦ୍ର ସରକାରଙ୍କ ବିରୋଧରେ ନାରା ଦେଇଥିଲେ ।

Leave a Reply

Your email address will not be published. Required fields are marked *