ମହାନଗରରାଜନୀତିରାଜ୍ୟ

କେନ୍ଦ୍ର ବିରୋଧରେ ବିଜେଡିର ରଣ ହୁଙ୍କାର

ଭୁବନେଶ୍ୱର : ଦୀର୍ଘଦିନ ପରେ ବିଜୁ ଜନତା ଦଳ କେନ୍ଦ୍ରର ବିଜେପି ସରକାର ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛି । ପେଟ୍ରୋଲ୍ ଡିଜେଲ୍ ସହ ରନ୍ଧନ ଗ୍ୟାସ ଦର ଅହେତୁକ ଭାବେ ବୃଦ୍ଧି ପାଇଥିବାରୁ କେନ୍ଦ୍ରର ବିଜେପି ନେତୃତ୍ୱାଧିନ ଏନଡିଏ ସରକାରଙ୍କୁ ଦାୟୀ କରି ବିଜେଡି ପ୍ରତିବାଦ ଆରମ୍ଭ କରିଛି । ଆଜିଠାରୁ ସମଗ୍ର ରାଜ୍ୟରେ ଯୁବ ବିଜେଡି, ଛାତ୍ର ଓ ମହିଳା ସଂଗଠନ ପ୍ରତିବାଦ କରି ବିକ୍ଷୋଭ ପ୍ରଦର୍ଶନ କରିଛି । ଆଜି ରାଜ୍ୟର ତିନିଟି ଯାକ ରାଜସ୍ୱ ଆୟୁକ୍ତଙ୍କ କାର୍ଯ୍ୟାଳୟ ଘେରାଉ କରି ଆନ୍ଦୋଳନକୁ ଓହ୍ଲାଇ ଥିଲା ବେଳେ କଟକସ୍ଥିତି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡି ପକ୍ଷରୁ ପ୍ରତିବାଦ ସ୍ୱରୂପ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମହିଳାକର୍ମୀମାନେ ଗ୍ୟାସ ସିଲିଣ୍ଡରଳ ଚୁଲାକୁ ମୁଣ୍ଡାଇ ଅଭିନବଭାବେ ବିରୋଧ ବ୍ୟକ୍ତ କରିଥିଲେ । ଏଥି ସହ ବେଳେ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଅନ୍ତର୍ଗତ ଦଶଟି ଜିଲ୍ଲାର ବିଧାୟକ,ପୂର୍ବତନ ବିଧାୟକ ତଥା ପ୍ରମୁଖ ଗଣ ସଂଗଠନର ନେତୃବୃନ୍ଦ ଏହି ଆନ୍ଦୋଳନରେ ସାମିଲ୍ ହୋଇଥିଲେ ।

ବିଜେଡି ଯୁବ, ଛାତ୍ର ଓ ମହିଳା ସଂଗଠନ ପକ୍ଷରୁ କେନ୍ଦ୍ରାଞ୍ଚଳ ଆରଡିସି ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ଅବସରରେ ବିଜେଡିର ଏକ ପ୍ରତନିଧି ମଣ୍ଡଳୀ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ କେନ୍ଦ୍ରାଞ୍ଚଳ ଆରଡିସିଙ୍କ କାର୍ଯ୍ୟାଳୟ ମଧ୍ୟମରେ ଦାବିପତ୍ର ପ୍ରଦାନ କରାଯାଥିଲା । ଏହାଛଡା କଟକ ସଦର ବ୍ଳକରେ ସମ୍ମୁଖରେ ମଧ୍ୟ ବିଜେଡି ପକ୍ଷରୁ ପ୍ରଦର୍ଶନ କରାଯାଇଛି । ବାଙ୍କୀ ବିଧାୟକ ତଥା ବିଜୁଛାତ୍ର ଜନତା ଦଳର ସଭାପତି ଦେବୀ ରଞ୍ଜନ ତ୍ରିପାଠୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭ ସମାବେଶରେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ,ବିଜୁ ଯୁବ ଜନତା ସଭାପତି ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ,କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା, ଆଳି ବିଧାୟକ ପ୍ରତାପ ଦେ,ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, ପ୍ରଫଲ୍ଲ ଦିଂହ,ଆଶିଷ ସାହୁ,ରଞ୍ଜନ ବିଶ୍ୱାଳ,ମଧୁସୂଦନ ସାହୁ,ଧର୍ମେଶ ନାୟକ,ହରିଶଙ୍କର ରାଉତ,ରାଜେଶ ରାଜ ସ୍ୱାଇଁ,ଏଲିନା ଦାସ,ସ୍ୱାଗତିକା ମହାନ୍ତି,ଜଗତଜ୍ୟୋତି ପଟ୍ଟନାୟକ,ଅନୀତା ବେହେରା,ପୂର୍ଣ୍ଣିମା ସିଂହ,ସ୍ମୃତି ରଞ୍ଜନ ଦାସ,ଶୁଭ୍ରାଶୁଂ ମିଶ୍ର,ସ୍ମୃତି ରଞ୍ଜନ ନାୟକ,ମନୋଜିତ ଦାସ,ଆସିଫ ଅମିନ ସଞ୍ଜୟ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *