ଦେଶ- ବିଦେଶ

ଖାଲି ପାଦରେ ପଦ୍ମଶ୍ରୀ ପୁରସ୍କାର ନେବା ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ପହଞ୍ଚିଲେ କମଳା ବିକାଳି

ନୂଆଦିଲ୍ଲୀ : ପେଶାରେ ସେ ଜଣେ ସାଧାରଣ କମଳା ବିକାଳି। ହେଲେ ସମାଜ ପାଇଁ କାମ କରିବାକୁ ସର୍ବଦା ସେ ତତ୍ପର ଥାଆନ୍ତି। ଏପରିକି ଗାଁରେ ବିଦ୍ୟାଳୟ ନିର୍ମାଣ ସେ ନିଜର ଜମା ପୁଞ୍ଜି ଦାନ କରି ଦେଇଛନ୍ତି। ଏହି ଉଲ୍ଲେଖନୀୟ ଅବଦାନ ପାଇଁ ସୋମବାର ରାଷ୍ଟ୍ରପତି ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଛନ୍ତି। ହେଲେ ଏହି ଅବସରରେ ତାଙ୍କ ଦେହରେ ନା ଥିଲା ଦାମୀ ପୋଷାକ ନା ପାଦରେ ଥିଲା ଜୋତା। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଚଳିତ ବର୍ଷର ପଦ୍ମ ପୁରସ୍କାର ବିଜେତାଙ୍କୁ ରାଷ୍ଟ୍ରପତି ଭବନରେ ସମ୍ମାନିତ କରିଛନ୍ତି। ଏହି ସମୟରେ କର୍ଣ୍ଣାଟକର ଜଣେ କମଳା ବିକାଳି ନିଜର ପୁରସ୍କାର ନେବା ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ପହଞ୍ଚିଲେ ପୂରା ହଲ ତାଳିମାଡରେ ଗୁଞ୍ଜି ଉଠିଥିଲା। କମଳା ବିକାଳି ହରେକଲା ହଜବା ଖାଲି ପାଦରେ ଏବଂ ସାଧାରଣ ପୋଷାକ ପିନ୍ଧି ରାଷ୍ଟ୍ରପତିଙ୍କ ନିକଟରେ ପହଞ୍ଚିଥିଲେ। ସମାଜ ସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ସୋମବାର ରାଷ୍ଟ୍ରପତି କୋବିନ୍ଦ ହରେକଲାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି। କର୍ଣ୍ଣାଟକର ମାଙ୍ଗାଲୋରର କମଳା ବିକାଳି ହରକେଲା ନିଜ ଗାଁରେ ଏକ ବିଦ୍ୟାଳୟ ନିର୍ମାଣ ପାଇଁ ନିଜ ବ୍ୟବସାୟରେ ଯାହା ଆୟ କରୁଥିଲେ ତାହା ସଞ୍ଚୟ କରୁଥିଲେ। ସେହି ଜମାପୁଞ୍ଜିକୁ ସେ ବିଦ୍ୟାଳୟ ନିର୍ମାଣ ପାଇଁ ଦାନ କରିଛନ୍ତି।

Leave a Reply

Your email address will not be published. Required fields are marked *