ରାଜ୍ୟ

ରାଜ୍ୟରେ ଶିକ୍ଷକ ସଙ୍କଟ: ରାଜ୍ୟର ୩୧୯୭ ସ୍କୁଲ ଜଣେ ମାତ୍ର ଶିକ୍ଷକରେ ଚାଲିଛି

ଭୁବନେଶ୍ୱର: ରାଜ୍ୟରେ ଦେଖାଦେଇଛି ଶିକ୍ଷକ ସଙ୍କଟ | ତେବେ କେବଳ ଓଡ଼ିଶାରେ ନୁହେଁ ବରଂ ସାରା ଦେଶରେ ଏବେ ଶିକ୍ଷକ ସଙ୍କଟ ପରିଲକ୍ଷିତ ହୋଇଛି | ୟୁନେସ୍କୋ ରିପୋର୍ଟରେ କିଛି ଏଭଳି ତଥ୍ୟ ପ୍ରକାଶ ପାଇଛି | ୟୁନେସ୍କୋ ରିପୋର୍ଟ ମୁତାବକ ଓଡ଼ିଶାରେ ସମୁଦାୟ ୬୮ ହଜାର ୭୧୭ ସ୍କୁଲ ଥିବାବେଳେ ୯୧ ପ୍ରତିଶତ ସ୍କୁଲ ଗ୍ରାମାଞ୍ଚଳରେ ରହିଛି | ସେହିପରି ସମୁଦାୟ ୩୪୦୪୭୭ଜଣ ଶିକ୍ଷକ ଥିବାବେଳେ ୮୪ ପ୍ରତିଶତ ଶିକ୍ଷକ/ଶିକ୍ଷୟିତ୍ରୀ ଗ୍ରାମାଞ୍ଚଳରେ ଶିକ୍ଷାଦାନ କରୁଛନ୍ତି |

ସେହିପରି ମୋଟ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କ ମଧ୍ୟରୁ ୪୫ ପ୍ରତିଶତ ଶିକ୍ଷୟିତ୍ରୀ ହୋଇଥିବାବେଳେ ୩୧୯୭ଟି ବିଦ୍ୟାଳୟ ଜଣେ ମାତ୍ର ଶିକ୍ଷକଙ୍କ ଭରସାରେ ଚାଲିଛି | ଏହି ୩୧୯୭ଟି ସ୍କୁଲ ମଧ୍ୟରୁ ୮୮ ପ୍ରତିଶତ ସ୍କୁଲ ଗ୍ରାମାଞ୍ଚଳରେ ରହିଛି | ଆଉ ଶିକ୍ଷକ ସଙ୍କଟକୁ ଦୂରେଇବା ପାଇଁ ୨୮ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦେବାକୁ ରିପୋର୍ଟରେ କୁହାଯାଇଛି | ରିପୋର୍ଟ ମୁତାବକ ମଧ୍ୟପ୍ରଦେଶରେ ସର୍ବାଧିକ ୨୧ ହଜାର ୭୭ଟି ସ୍କୁଲ ଜଣେ ଶିକ୍ଷକଙ୍କ ଭରସାରେ ଚାଲିଥିବାବେଳେ ଏହା ତଳକୁ ଉତ୍ତରପ୍ରଦେଶ ଓ ରାଜସ୍ଥାନ ରହିଛି | ସେହିପରି ଦେଶରେ ସମୁଦାୟ ୧ ଲକ୍ଷ ୧୦ ହଜାର ୯୭୧ଟି ସ୍କୁଲ ଜଣେ ମାତ୍ର ଶିକ୍ଷକଙ୍କ ଭରସାରେ ଚାଲିଛି | ସାରା ଦେଶରେ ୧୫ ଲକ୍ଷ ୫୧ ହଜାର ଶିକ୍ଷକ ଥିବାବେଳେ ୧୧ ଲକ୍ଷ ୧୬ ହଜାର ୮୪୬ ଜଣ ଶିକ୍ଷକ ଆବଶ୍ୟକ ବୋଲି ମଧ୍ୟ କୁହାଯାଇଛି |

Leave a Reply

Your email address will not be published. Required fields are marked *