ରାଜ୍ୟ

ଗାଧୋଇବାବେଳେ ଅଘଟଣ, କଙ୍କା ନାଳରେ ଭାସିଗଲେ ବୃଦ୍ଧ

ଢେଙ୍କାନାଳ : ନାଳରେ ଗାଧୋଇବାବେଳେ ଅଘଟଣ ।  ପାଣି ସ୍ରୋତରେ ଭାସିଗଲେ ବୃଦ୍ଧ। ଏ ପର୍ଯ୍ୟନ୍ତ ବୃଦ୍ଧଙ୍କ କୌଣସି ଖୋଜ ଖବର ମିଳିନି।  ଏପରି ଅଘଟଣ ଘଟିଛି ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ଅନ୍ତର୍ଗତ କଙ୍କା ନାଳରେ । ବୃଦ୍ଧ ଜଣଙ୍କ ସ୍ଥାନୀୟ ବାଇସିଂହା ଗ୍ରାମର ଅନ୍ତର୍ଯ୍ୟାମୀ ବେହେରା ବୋଲି ଜଣାପଡିଛି। ଖବର ପାଇ ଆଖ ପାଖ ଅଞ୍ଚଳର ଗ୍ରାମବାସୀ ନାଳ ପାଖରେ ରୁଣ୍ଡ ହୋଇଛନ୍ତି । ଗଁନ୍ଦିଆ ଦମକଳ ବାହିନୀ ପହଂଚି  ନାଳରେ ନିଖୋଜ ବୃଦ୍ଧଙ୍କୁ ଖୋଜା ଖୋଜି ଜାରି ରଖିଛନ୍ତି । ମାତ୍ର ନିଖୋଜ ବୃଦ୍ଧଙ୍କ ପତ୍ତା ମିଳିନାହିଁ।

Leave a Reply

Your email address will not be published. Required fields are marked *