ଅପରାଧରାଜ୍ୟ

ଚାଲିଥିଲା ଡକାୟତି ଯୋଜନା, ମାଡିବସିଲା ପୋଲିସ

ବ୍ରହ୍ମପୁର : ଫେଲ୍‌ ମାରିଲା ଡକାୟତି ଯୋଜନା । ମାଡିବସିଲା ବ୍ରହ୍ମପୁର ସଦର ଥାନା ପୋଲିସ । ଘଟଣାରେ ୫ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଅନେକ ମାରଣସ୍ତ୍ର ଜବତ ହୋଇଛି । ଗଞ୍ଜାମ ଜିଲ୍ଲା ଗୁରୁଣ୍ଡି ରାସ୍ତା ପାଣି ମହାପ୍ରଭୁ ମନ୍ଦିର ନିକଟରୁ ଚୋରଙ୍କୁ ଧରିଲା ପୋଲିସ । ଗଞ୍ଜାମ ଜିଲ୍ଲା ଲୋଚାପଡା – ଗୁରୁଣ୍ଡି ରାସ୍ତା ପାଣି ମହାପ୍ରଭୁ ମନ୍ଦିର ନିକଟରେ କିଛି ବ୍ୟକ୍ତି ଡକାୟତ ପାଇଁ ଯୋଜନା କରୁଥିଲେ । ଏହାର ସୁରାକ୍‌ ପାଇ ବ୍ରହ୍ମପୁର ସଦର ଥାନା ପୋଲିସ ଚଢାଉ କରିଥିଲା । ଏହି ଚଢାଉରେ ୫ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୨ଟି ଖଣ୍ଡା,  ୨ଟି ଲୁହାରୋଡ, ୪ଟି ବୋମା ଜବତ ହୋଇଛି । ତେବେ ଗିରଫ ହୋଇଥିବା ଏମ୍.ମୋହନ ରାଓଙ୍କ ନାଁରେ ବିଭିନ୍ନ ଥାନାରେ ୩୦ ରୁ ଅଧିକ ମାମଲା ରହିଥିବା ବେଳେ କୁନା ଗୌଡଙ୍କ ନାଁରେ  ୧୨ଟି ମାମଲା,  ତାରିଣୀ ଦାସଙ୍କ ନାଁରେ ୯ ଟି ମାମଲା,  ଧ୍ରୁବ ସାହୁ ଓ ଅଜିତ୍ଙ୍କ ନାଁରେ ୩ଟି ଲେଖାଏଁ ମାମଲା ରହିଛି । ଏନେଇ ବ୍ରହ୍ମପୁର ସଦର ଥାନା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *