ରାଜ୍ୟ

ଦୀର୍ଘ ଘଣ୍ଟାର ଅପରେସନ ପରେ ମହାନଦୀରୁ ରୁକସାନାଙ୍କ ମୃତଦେହ ଉଦ୍ଧାର

ସମ୍ବଲପୁର : ମିଳିଲା ନିଖୋଜ ରୁକସାନାଙ୍କ ମୃତଦେହ। ଦୀର୍ଘ ଘଣ୍ଟାର ଅପରେସନ ପରେ ମହାନଦୀରୁ ରୁକସାନାଙ୍କ ମୃତଦେହ ଉଦ୍ଧାର ହୋଇଛି । ଗତକାଲି ସମ୍ବଲପୁର ମହାନଦୀର ଦଳେଇ ଘାଟ ନିକଟରେ ଅଘଟଣ ଘଟିଥିଲା । ପେନସନ ପଡାର ଗୋଟିଏ ପରିବାର ଏକାଠି ଗାଧୋଉଥିବାବେଳେ ପ୍ରଖର ସ୍ରୋତରେ ଭାସିଯାଇଥିଲେ । ବାପ-ପୁଅଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଝିଅ ରୁକସାନା ନିଖୋଜ ଥିଲେ । ଆଜି ବହୁ ଖୋଜାଖୋଜି କରିବା ପରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି।

Leave a Reply

Your email address will not be published. Required fields are marked *