ଅପରାଧମହାନଗରରାଜ୍ୟ

ଭୁବନେଶ୍ୱର ଆଇଜି ପାର୍କରେ ବଜ୍ରକାପ୍ତା ଡିଲ୍‌

ଭୁବନେଶ୍ୱର : ଭୁବନେଶ୍ୱରରେ ବଜ୍ରକାପ୍ତା ଡିଲ୍‌। ଆଇଜି ପାର୍କରେ ଡିଲ୍‌ ବେଳେ ମାଡି ବସିଲା STF । ଜଣେ ବଜ୍ରକାପ୍ତା ବେପାରୀକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଟିମ୍‌। ଏସଟିଏଫର ୫ଜଣିଆ ଟିମ୍‌ ଗ୍ରାହକ ହୋଇ ବେପାରୀ ସହ ମୂଲଚାଲ କରିଥିଲେ। ବଜ୍ରକାପ୍ତା କାତି ପାଇଁ ମଧ୍ୟ ହୋଇଥିଲା ମୂଲଚାଲ। ଗିରଫ ବେପାରୀ ସହ ବଜ୍ରକାପ୍ତା କାତି ଓ ଗୋଟିଏ ବାଇକ ଜବତ କରାଯାଇଛି। ଗିରଫ ବେପାରୀ ଠାରୁ ସୂଚନା ଆଧାରରେ ଅନ୍ୟ ସ୍ଥାନରେ ଚଢଉ ଜାରି ରଖିଛି ଏସଟିଏଫ। ବାହାରକୁ ଚାଲାଣ ପାଇଁ ଯୋଜନା ବେଳେ ସୂଚନା ପାଇ ଆଇଜି ପାର୍କରୁ ଗିରଫ କରିଛି STF ।

Leave a Reply

Your email address will not be published. Required fields are marked *