ରାଜ୍ୟ

ରାଜ୍ୟରେ ୨୪ ଘଣ୍ଟାରେ ୪୫୩ କରୋନା ପଜିଟିଭ୍‌ ଚିହ୍ନଟ, ୩ ଆକ୍ରାନ୍ତ ମୃତ

ଭୁବନେଶ୍ବର : ରାଜ୍ୟରେ ୨୪ ଘଣ୍ଟାରେ ୪୫୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆଉ ୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜି ପଜିଟିଭ୍‌ ହାର ରହିଛି ୦.୭୭ ପ୍ରତିଶତ । ୪୫୩ ସଂକ୍ରମିତଙ୍କ ଭିତରେ ୦ରୁ ୧୮ ବର୍ଷ ଭିତରେ ଅଛନ୍ତି ୫୩ ଜଣ । ଆଜି ଖୋର୍ଦ୍ଧାରୁ ୨୦୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେବଳ ଖୋର୍ଦ୍ଧା ଜିଲ୍ଲାକୁ ବାଦ୍‌ ଦେଲେ ଅନ୍ୟ ସବୁ ଜିଲ୍ଲାରେ ୧୦୦ ତଳେ ରହିଛି ସଂକ୍ରମଣ । ୨୪ ଘଣ୍ଟାରେ ୫୮ ହଜାର ୨୨୩ କୋଭିଡ ଟେଷ୍ଟିଂ ହୋଇଛି । ରାଜ୍ୟରେ ୫ ହଜାର ତଳକୁ ଖସିଛି ଆକ୍ଟିଭ୍‌ କେସ୍‌। ଏବେ ଆକ୍ଟିଭ କେସ୍‌ ରହିଛି ୪ ହଜାର ୯୩୫।

Leave a Reply

Your email address will not be published. Required fields are marked *