ରାଜ୍ୟ

ଯେମିତି କଲା ସେମିତି ପାଇଲ, ମଦ ପିଇ ବଜାରରେ ପାଟିତୁଣ୍ଡ କରୁଥିବାରୁ ଖଜୁରୀପଡ଼ା ଆଇଆଇସି ସସପେଣ୍ଡ

କନ୍ଧମାଳ : ମଦ ପିଇବା ପୋଲିସ ବାବୁ ମହଙ୍ଗା ପଡ଼ିଲା । କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଆଇଆଇସି ସସପେଣ୍ଡ । ତାଙ୍କ ନାଁ ରମାକାନ୍ତ ପାତ୍ର । ତାଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି ପୋଲିସ ଡିଜି ଅଭୟ । ଗତ ରବିବାର ଦିନ ମଦ ପିଇ ବଜାରରେ ପାଟିତୁଣ୍ଡ କରୁଥିଲେ ଥାନା ବାବୁ । ଏହି ଘଟଣା ପରେ ତାଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଥିଲା । ଏବେ ପୋଲିସ ଡିଜି ତାଙ୍କୁ ସସପେଣ୍ଡ କରିଛନ୍ତି । ଜଣେ ଥାନା ଅଧିକାରୀଙ୍କ ଏଭଳି ଉଶୃଙ୍ଖଳିତ ଆଚରଣକୁ ନିନ୍ଦା କରାଯାଇଥିଲା ।

Leave a Reply

Your email address will not be published. Required fields are marked *