ରାଜ୍ୟ

ଭାଙ୍ଗିଲା କେନାଲ ବନ୍ଧ : ଗାଁରେ ପଶିଲା ପାଣି, ରାସ୍ତାରେ ଚାଲୁଛି ୫ଫୁଟର ପାଣି

ସାଲେପୁର : କଟକ ଜିଲ୍ଲା ସାଲେପୁର ମୁଖ୍ୟ ବଜାର ନିକଟବର୍ତ୍ତୀ ଲୁଣହାର ଗାଁ ଦେଇ ଯାଇଥିବା ୬ ମୁଖ୍ୟ କେନାଲ ବନ୍ଧ ହଠାତ ଭୁଶୁଡ଼ି ପଡିଛି । ଫଳରେ ସାଲେପୁର-କୁଆଁପାଳ ରାସ୍ତା ଉପରେ ୫ ଫୁଟ ଉପରେ ପାଣି ଚାଲିଛି । କେନାଲ କୂଳବର୍ତ୍ତୀ ଗାଁରେ ଓ ରାସ୍ତାକଡ଼ ଦୋକାନ ଘରେ ପାଣି ପଶି ଯାଇଥିବା ଦେଖିବାକୁ ମିଳିଛି ।

ଖବର ପାଇ ଜଳସେଚନ ବିଭାଗ ଉପର ମୁଣ୍ଡ ଗେଟ୍ ବନ୍ଦ କରିବାକୁ ନିବେଦନ କରିଛନ୍ତି ସ୍ଥାନୀୟ ଲୋକେ । ତେବେ କେନାଲରେ ଅଧିକ ପାଣି ଥିବାରୁ ଚାରିଆଡ଼ ଜଳମଗ୍ନ ହୋଇ ଯାଇଥିଲା । ଅନ୍ୟପଟେ ସ୍ଥାନୀୟ ପ୍ରଶାସନ ଓ ଜଳସେଚନ ବିଭାଗର ଖାମ ଖିଆଲି ନୀତିକୁ ଦାୟୀ କଲେ ଗ୍ରାମବାସୀ ଓ ବ୍ୟବସାୟୀ ।

 

Leave a Reply

Your email address will not be published. Required fields are marked *