ଅପରାଧରାଜ୍ୟ

ଓଳାଶୁଣୀ ପାହାଡ଼ ନିକଟରେ ଯୁବକଙ୍କୁ ଗୁଳି ମାଡ଼

ଯାଜପୁର : ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ନିକଟ ଓଳାଶୁଣୀ ପାହାଡ଼ ନିକଟରେ ଯୁବକଙ୍କୁ ଗୁଳି ମାଡ଼। ଗୁରୁତର ଆହତ ହୋଇଥିବା ଯୁବକ ହେଲେ ସ୍ଥାନୀୟ ବନ୍ଦରେଶ୍ୱର ଗ୍ରାମର ସିଦ୍ଧାନ୍ତ ସାମଲ। ସେ ଓଳାଶୁଣୀ ପାହାଡ଼ ନିକଟରେ ଜଣେ ବନ୍ଧୁଙ୍କ ସହ ଛିଡା ହୋଇଥିବା ବେଳେ ୩ଜଣ ଦୁର୍ବୁତ୍ତ ଏକ ୟାମାହା ଗାଡ଼ିରେ ଆସି ସିଦ୍ଧାନ୍ତଙ୍କ ଉପରେ ଗୁଳି ଚଳାଇ ଫେରାର ହୋଇଯାଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବଡ଼ଚଣା ଓ ପରେ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଛି। ତେବେ ଗୁଳିକାଣ୍ଡର କାରଣ ସ୍ପଷ୍ଟ ଜଣାପଡିନଥିବା ବେଳେ ବାଲିଚନ୍ଦ୍ରପୁର ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *