ରାଜ୍ୟ

ସ୍ୱଚ୍ଛତା ପାଇଁ ଦେବଗଡ଼ ଡାକ୍ତରଖାନାକୁ ନୀତି ଆୟୋଗଙ୍କ ପ୍ରଶଂସା, ଜିଲ୍ଲାବାସୀ ବି ଖୁସି

ଦେବଗଡ଼ : ନୀତି ଆୟୋଗଙ୍କ ଜିଲ୍ଲା ହସ୍ପିଟାଲ ପାରଦର୍ଶିତା ରିପୋର୍ଟରେ ଦେବଗଡ଼ ଜିଲ୍ଲାକୁ ପ୍ରଶଂସା। ସ୍ୱଚ୍ଛତା ପ୍ରସଙ୍ଗରେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପ୍ରଶଂସା କରାଯାଇଛି। ଶିଳ୍ପବିହୀନ ଜିଲ୍ଲାରେ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନା ଉପରେ ପୁରା ଜିଲ୍ଲାବାସୀ ସ୍ୱାସ୍ଥ୍ୟସେବା ପାଇଁ ନିର୍ଭର କରିଥାନ୍ତି। ଜନସଂଖ୍ୟା ବୃଦ୍ଧି ପାଉଥିବାରୁ ଶହେ ଶଯ୍ୟା ଚିକିତ୍ସାଳୟରେ ସ୍ଥାନାଭାବ ସମସ୍ୟା ପାଇଁ ଡାକ୍ତରଖାନା ପରିସରରେ ବିଭିନ୍ନ ୱାର୍ଡ ଖୋଲା ଯାଇଛି। ଆଉଟଡୋର ଓ ଇନ୍‌ଡୋର ରୋଗୀ ବିଭାଗ ସହ ଏସଏନସିୟୁ ଏବଂ ଅପପୃଷ୍ଟିର ଶିକାର ଶିଶୁ ମାନଙ୍କ ପାଇଁ ପୋଷଣ କେନ୍ଦ୍ର ଖୋଲା ରହିଛି। ସ୍ୱଚ୍ଛତା ନିମନ୍ତେ ୪୩ଜଣ ସଫେଇ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ପ୍ରତିଦିନ ୩ଥର ସଫେଇ କାର୍ଯ୍ୟ କରାଯିବା ସହ ପ୍ରତି ୱାର୍ଡରେ ସଫେଇ ପାଇଁ ୨ଜଣ ଲେଖାଏଁ ସଫେଇ କର୍ମଚାରୀଙ୍କୁ ପାଳି କରି ୨୪ ଘଣ୍ଟିଆ କାର୍ଯ୍ୟରେ ନିୟୋଜିତ କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ରହିଥିବା ପୋଷଣକେନ୍ଦ୍ରକୁ ଅତ୍ୟାଧୁନିକ ଶୈଳୀରେ ପ୍ରସ୍ତୁତ କରାଯାଇଛି। ଅପପୃଷ୍ଟିର ଶିକାର ଶିଶୁଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ସହ ପୁଷ୍ଟିକର ଖାଦ୍ୟ ପ୍ରଦାନ କରାଯାଉଛି। ଡାକ୍ତରଖାନା କର୍ମଚାରଙ୍କ ବ୍ୟବହାର ଏବଂ ସ୍ୱଚ୍ଛତାକୁ ନେଇ ଜିଲ୍ଲାବାସୀ ସନ୍ତୋଷ କରିଛନ୍ତି।

Leave a Reply

Your email address will not be published. Required fields are marked *