ଦେଶ- ବିଦେଶ

ଆର୍ଯ୍ୟନ୍‌ ଖାନଙ୍କୁ ମିଳିଲାନି ବେଲ୍‌, ଅକ୍ଟୋବର ୭ ତାରିଖ ଯାଏଁ ଏନ୍‌ସିବି ରିମାଣ୍ଡରେ ବାଦଶାହଙ୍କ ପୁଅ

ମୁମ୍ବାଇ : ଆସନ୍ତା ୭ ଯାଏଁ ଏନ୍‌ସିବି ରିମାଣ୍ଡରେ ଆର୍ଯ୍ୟନ୍ ଖାନ । ଡ୍ରଗ୍ସ କାରବାର ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନକୁ ଆଉ ୩ ଦିନ ପାଇଁ ରିମାଣ୍ଡରେ ନେଇ ପଚରାଉଚରା କରିବାକୁ ଅନୁମତି ଦେଇଛନ୍ତି କୋର୍ଟ । ଆର୍ଯ୍ୟନ୍‌ଙ୍କ ସମେତ ଅରବାଜ ମର୍ଚାଣ୍ଟ ଏବଂ ମୁନମୁନ ଦମେଚାଙ୍କୁ ମଧ୍ୟ ଆସନ୍ତା ୭ ତାରିଖ ଯାଏଁ ରିମାଣ୍ଡରେ ନେଇଛି ନାର୍କୋଟେକ୍‌ କ​‌େ​‌ଣ୍ଟ୍ରାଲ ବ୍ୟୁରୋ (NCB) । ଅକ୍ଟୋବର ୧୩ ତାରିଖରେ ଯାଏଁ ଏହି ୩ ଜଣଙ୍କୁ ରିମାଣ୍ଡରେ ନେବାକୁ କୋର୍ଟଙ୍କୁ ଅପିଲ କରିଥିଲା ଏନ୍‌ସିବି । କିନ୍ତୁ ୩ ଦିନ ପାଇଁ ନେବାକୁ ଅନୁମତି ଦେଇଛନ୍ତି କୋର୍ଟ । ତେବେ ବର୍ତ୍ତମାନ ଆର୍ଯ୍ୟନଙ୍କୁ ବେଲ ମିଳିବ କି ନାହିଁ କିମ୍ବା ସେ ଜେଲ ଯିବେ ତାହା ସ୍ପଷ୍ଟ ହୋଇପାରିବ ନାହିଁ ।

ସୂଚନାଯୋଗ୍ୟ, ମୁମ୍ବାଇରେ ହାଇପ୍ରୋଫାଇଲ ଡ୍ରଗ୍ସ ପାର୍ଟି ମାମଲାରେ ନାର୍କୋଟିକ୍ସ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ଗିରଫ କରିଛି। ଏନସିବିକୁ ସୂଚନା ମିଳିଥିଲା ଯେ, ପାର୍ଟିରେ ଡ୍ରଗ୍ସ ବ୍ୟବହାର କରାଯାଉଛି। ଏନସିବି ଅଧିକାରୀ ଯାତ୍ରୀ ହୋଇ କ୍ରୁଜକୁ ଯାଇଥିଲେ। ଶନିବାର ଦିନ ରେଭ ପାର୍ଟି ଚାଲିଥିଲାବେଳେ ସେ ଚଢ଼ଉ କରିଥିଲେ। ମିଳିଥିବା ସୂଚନା ଅନୁଯାୟୀ, କ୍ରୁଜରୁ ବହୁ ପରିମାଣର ଡ୍ରଗ୍ସ ଜବତ ହୋଇଛି। ଏହାର ମୂଲ୍ୟ କୋଟି କୋଟି ଟଙ୍କା ବୋଲି କୁହାଯାଇଛି। ଜବତ ହୋଇଥିବା ଡ୍ରଗ୍ସ ଏମଡି କୋକ ଓ ହଶିଶ।

ଏନସିବି ମୁଖ୍ୟ ଏସଏନ ପ୍ରଧାନ କହିଛନ୍ତି ଯେ ଦୁଇ ସପ୍ତାହ ଯାଞ୍ଚ ପରେ ଚଢ଼ଉ କରାଯାଇଛି। ଏଥିରେ ବଲିଉଡର ଅନେକ ସେଲିବ୍ରିଟିଙ୍କ ଲିଙ୍କ ସାମ୍ନାକୁ ଆସିଛି। ନିରପେକ୍ଷ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ସେ କହିଛନ୍ତି। ଏହି ପ୍ରକ୍ରିୟାରେ ବଲିଉଡ କିମ୍ବା କୌଣସି ଧନୀ ଲୋକଙ୍କ ଲିଙ୍କ ସାମ୍ନାକୁ ଆସିଲେ ମଧ୍ୟ ଏନସିବି ଆଇନ ପରିସରରେ ରହି କାର୍ଯ୍ୟ କରିବ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ଗତ ବର୍ଷେ ମଧ୍ୟରେ ମୁମ୍ବାଇରେ ୩୦୦ରୁ ଅଧିକ ସ୍ଥାନରେ ଚଢ଼ଉ କରାଯାଇଛି। ଆଗକୁ ମଧ୍ୟ ଚଢ଼ଉ ଜାରି ରହିବ ବୋଲି ସେ କହିଛନ୍ତି। ଦେଶକୁ ଡ୍ରଗ୍ସ ମୁକ୍ତ କରିବା ଲକ୍ଷ୍ୟ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *