ରାଜ୍ୟ

ଦୋକାନର କାନ୍ଥ ଭାଙ୍ଗି ଲକ୍ଷାଧିକ ଟଙ୍କାର ମୋବାଇଲ୍ ଲୁଟି ନେଲେ ଦୁର୍ବୃତ୍ତ

ଘଟଗାଁ : କେନ୍ଦୁଝର ପାଟଣା ବଜାରର ଏକ ମୋବାଇଲ ଦୋକାନରୁ ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରି ହୋଇଛି। ଗତକାଲି ବିଳମ୍ବିତ ରାତିରେ ମୋବାଇଲ ଦୋକାନର କାନ୍ଥ ଭାଙ୍ଗି ବହୁ ଦାମୀ ମୋବାଇଲ ଚୋରି କରିନେଇଯାଇଛନ୍ତି ଦୁର୍ବୃତ୍ତ । ତେବେ ଆଜି ସକାଳେ ଦୋକାନ ମାଲିକ ଦୋକାନ ଖୋଲିବା ବେଳେ ଦୋକାନର କାନ୍ଥ ଭଙ୍ଗାଯାଇ ଦୋକାନରୁ ମୋବାଇଲ ଚୋରି ହୋଇଥିବା ଦେଖିବାକୁ ପାଇଥିଲେ। ତେବେ ଚୋରି ଘଟଣା ନେଇ ଦୋକାନ ମାଲିକ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *