ଅପରାଧରାଜ୍ୟ

ପାରିବାରିକ କଳହର କରୁଣ ପରିଣତି, ସ୍ୱାମୀର ରଡ୍ ମାଡ଼ରେ ସ୍ତ୍ରୀ ମୃତ

ବାସୁଦେବପୁର : ଧାମରା ସାମୁଦ୍ରିକ ଥାନା ଅନ୍ତର୍ଗତ ବଳଭଦ୍ରନଗର ଗ୍ରାମର ଘରୋଇ କଳିକୁ ନେଇ ସ୍ୱାମୀର ରଡ ମାଡରେ ସ୍ତ୍ରୀ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି। ଏହି ଗ୍ରାମର ଶ୍ରୀନିବାସ ଦାସଙ୍କ ପୁଅ ସୁବ୍ରତ ଗତ ୮ ମାସ ପୂର୍ବେ ତିହିଡି ବାଲିଚତୁରୀ ଗ୍ରାମର ବାବୁରାମ ଦାସଙ୍କ ଝିଅ ସସ୍ମିତାକୁ ବିବାହ କରିଥିଲେ। ଗତ କିଛିଦିନ ହେବ କୌଣସି କାରଣରୁ ଉଭୟ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ବଚସା ହେଉଥିଲା। ଉଭୟଙ୍କ ପାଟିତୁଣ୍ଡ ପାଇଁ ଉଭୟ ପକ୍ଷରୁ ଧାମରା ମେରାଇଥାନାରେ ଅଭିଯୋଗ ହେବା ପରେ ଉଭୟ ପକ୍ଷ ଥାନାରେ ଆପୋଷ ବୁଝାମଣା ଲିଖିତ ଜଣାଥିଲେ। ଗତକାଲି ସସ୍ମିତା ଓ ସୁବ୍ରତ ମଧ୍ୟରେ ପାଟିତୁଣ୍ଡ ହେବା ପରେ ସସ୍ମିତା ଉକ୍ତ ଗ୍ରାମର ମାମୁଁ ଶ୍ୱଶୁର ଘରକୁ ଆଶ୍ରୟ ନେବାକୁ ଚାଲିଯାଇଥିଲା। ହେଲେ ଆଜି କୌଣସି କାରଣରୁ ସୁବ୍ରତ ତାଙ୍କ ମାମୁଘରକୁ ଯାଇ ସସ୍ମିତାକୁ ଏକ ରଡ ସାହାଯ୍ୟରେ ମୁଣ୍ଡକୁ ଶକ୍ତ ଆଘାତ ଦେଇଥିଲା। ସ୍ଥାନୀୟ ଲୋକେ ଦେଖି ତୁରନ୍ତ ସସ୍ମିତାଙ୍କୁ ବାସୁଦେବପୁର ଡାକ୍ତରଖାନା ପଠାଇଦେଇଥିବା ବେଳେ ସୁବ୍ରତକୁ କାବୁ କରି ଧାମରା ଥାନାରେ ଜିମା ଦେଇଥିଲେ। ଅନ୍ଯପକ୍ଷରେ ବାସୁଦେବପୁର ଡାକ୍ତରଖାନାରେ ସସ୍ମିତାକୁ ଡାକ୍ତର ମୃତ୍ୟୁ ବୋଲି ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *