ରାଜ୍ୟ

ଓଡ଼ିଶା ଆନ୍ଧ୍ର ସୀମା ବିବାଦର ସ୍ଥୟୀ ସମାଧାନ ପାଇଁ ପଦଯାତ୍ରା

ଭୁବନେଶ୍ୱର : ଭୁବନେଶ୍ୱରରୁ ଅମରାବତୀ।ପଦଯାତ୍ରାରେ ବାହାରିଲେ ସମାଜସେବୀ ମୁକ୍ତିକାନ୍ତ ବିଶ୍ୱାଳ। ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଥିବା ସୀମା ବିବାଦର ସ୍ଥାୟୀ ସମାଧାନର ବାର୍ତ୍ତା ପହଞ୍ଚାଇବା ପାଇଁ ପଦଯାତ୍ରା ଆରମ୍ଭ କରିଛନ୍ତି । ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆନ୍ଧ୍ରପ୍ରଦେଶ ମୁଖ୍ୟମୁନ୍ତ୍ରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ୮୦୦ କି.ମି ସଚେତନତା ପଦଯାତ୍ରା ଆରମ୍ଭ କରିଛନ୍ତି । ଏହି ଯାତ୍ରା ଅତିକ୍ରମ କରିବା ପାଇଁ ତାଙ୍କୁ ୪୦ ରୁ ୪୫ ଦିନ ସମୟ ଲାଗିବ । ପଦଯାତ୍ରା ଜରିଆରେ ଉଭୟ ରାଜ୍ୟ ମଧ୍ୟରେ ଶାନ୍ତି ବାର୍ତ୍ତା ଦେବାର ଉଦେଶ୍ୟ ରଖିଛନ୍ତି । 

Leave a Reply

Your email address will not be published. Required fields are marked *