ଅପରାଧରାଜ୍ୟ

ସୁଧ ଦେବା ନାଁରେ ୮୯ଲକ୍ଷ ଟଙ୍କାର ଠକେଇ,ସେୟାର ଟ୍ରେଡର ଓମପ୍ରକାଶ ଭଗତ ଗିରଫ

ଅଧିକ ସୁଧ ଦେବା ନାଁରେ ୮୯ଲକ୍ଷ ଟଙ୍କାର ଠକେଇ। ଠକେଇ ଅଭିଯୋଗରେ ସେୟାର ଟ୍ରେଡର ଓମପ୍ରକାଶ ଭଗତ ଗିରଫ। ମଧ୍ୟପ୍ରଦେଶ ଭୋପାଳକୁ ତାକୁ ଗିରଫ କରିଛି କମିଶନରେଟ ପୋଲିସ। ମୂଳ ଟଙ୍କାର ମାସିକ ୧୫% ଫେରାଇବାକୁ ଭରସା କରାଇବା ପରେ ଟଙ୍କା ଠକେଇ କରିଥିଲା। ୨ ଜଣ ବ୍ୟବସାୟୀଙ୍କ ଠାରୁ ୮୯ଲକ୍ଷ ଟଙ୍କା ଠକିଥିବା ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଥିଲା। ଗତ କିଛି ମାସ ତଳେ ବରମୁଣ୍ଡାରେ ଅଫିସ କରି ଲୋକଙ୍କୁ ଅଧିକ ଟଙ୍କା ଫେରାଇବାର ବିଶ୍ୱାସ ଜନ୍ମାଉଥିଲେ। ପରେ ଲକ୍ଷାଧିକ ଟଙ୍କା ଠକି ଭୋପାଳକୁ ପଳାଇଥିଲେ। ଆଗକୁ ଯଦି ଠକ ଓମପ୍ରକାଶ ନାଁରେ ଅଧିକ ଅଭିଯୋଗ ଆସେ ତେବେ ତାକୁ କମିସନରେଟ ପୋଲିସ ରିମାଣ୍ଡରେ ଆଣିବାକୁ ଯୋଜନା କରିବ ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *