ରାଜ୍ୟ

ରାଜ୍ୟକୁ ପ୍ଲାଷ୍ଟିକ ମୁକ୍ତ କରିବାକୁ ବିଜୁ ଛାତ୍ର ଜନତା ଦଳର ନୂଆ ପ୍ରୟାସ

ଭୁବନେଶ୍ୱର : ‘ନାଁ ଦେଖାଯିବ ପ୍ଲାଷ୍ଟିକ, ନାଁ ବ୍ୟବହୃତ ହେବ ପଲିଥିନ୍’। ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଉତ୍କଳ ବିଶ୍ଵବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ପକ୍ଷରୁ ପ୍ଲାଟିକ ମୁକ୍ତ ଅଭିଯାନ ଆରମ୍ଭ କରାଯାଇଛି । ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଅକ୍ଟୋବର ୨ରୁ ନଭେମ୍ବର ୨ ପର୍ଯ୍ୟନ୍ତ ଏହି ସମାଜ ସେବା କାର୍ଯ୍ୟକ୍ରମ ଜାରି ରହିବ । ଏହି ପରିପ୍ରେକ୍ଷୀରେ ମହାତ୍ମା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ରେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ପରିସରରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ କ୍ୟାମ୍ପସ ସଫେଇ ଓ ପ୍ଲାଷ୍ଟିକ ବ୍ୟବହାରର ହାନିକାରକ ସଂପର୍କରେ ଲୋକ ମାନଙ୍କୁ ସଚେତନର ବାର୍ତ୍ତା ଦେଇଥିଲେ । ଆଜିର ଏହି ଅଭିଯାନରେ ବିଶ୍ୱବିଦ୍ୟାଳୟର ବର୍ତ୍ତମାନ ଓ ପୂର୍ବତନ ଛାତ୍ରଛାତ୍ରୀ ମାନେ ଏକତ୍ରିତ ହେବା ସହିତ ସଫେଇ ଦିଗରେ ଉତ୍ତମ ପଦକ୍ଷେପ ନେବା ପାଇଁ ଲକ୍ଷ ରଖିଛନ୍ତି। ଏବଂ ଆଜି ଠାରୁ ଆରମ୍ଭ ହୋଇଥିବା ଏହି ଉତ୍ତମ ଅଭିଯାନରେ ସମସ୍ତେ ନିଜର ଶ୍ରମଦାନ କରନ୍ତୁ ବୋଲି ଛାତ୍ର ଛାତ୍ରୀଙ୍କ ପକ୍ଷରୁ କୁହାଯାଇଛି। ଛାତ୍ରଛାତ୍ରୀଙ୍କର ଏହି ସମାଜ ସେବା ସଚେତନତା ସୃଷ୍ଟି କରିବା ବୋଲି ଆଶା ପ୍ରକାଶ କରାଯାଉଛି ।

Leave a Reply

Your email address will not be published. Required fields are marked *