ରାଜ୍ୟ

ଜଙ୍କିଆ ଖେଳ ପଡିଆ ନିକଟରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଟାଙ୍ଗୀ :ଖୋର୍ଦ୍ଧା ଜିଲ୍ଲା ଜଂକିଆ ଖେଳ ପଡିଆ ନିକଟରୁ ଯୁବକଙ୍କ ମୃତ ଦେହ ଉଦ୍ଧାର । ମୃତକ ଜଣଙ୍କ ଭେରୁପଡା ଗାଁର ସୌମ୍ୟରଂଜନ ସାମନ୍ତରାୟ । ପଛପଟ ମୁଣ୍ଡକୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଅଭିଯୁକ୍ତ ରାଜେଶ ପାଣ୍ଡିଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ୍‌ । ରାଜେଶଙ୍କ ଗ୍ୟାରେଜରେ କାମ କରୁଥିଲେ ସୌମ୍ୟ । ସବୁଦିନ ପରି ଗତକାଲି କାମକୁ ଯାଇ ଫେରିନଥିଲେ ସୌମ୍ୟ । ତେବେ ସୌମ୍ୟଙ୍କ ମୃତ ଦେହ ନିକଟରେ ବସି ଦୁର୍ଘଟଣା ହୋଇଥିବା କହିଥିଲେ ରାଜେଶ । ଯାହାକୁ ନେଇ ହତ୍ୟା ସନ୍ଦେହ ହୋଇଥିଲା । ତେଣୁ ରାଜେଶଙ୍କୁ ଅଟକ ରଖିଛି ପୋଲିସ୍‌ । ସେପଟେ ଅଭିଯୁକ୍ତକୁ ଦଣ୍ଡ ଦେବା ଦାବିରେ ଥାନାରେ ଧାରଣା ଦେଇଛନ୍ତି ମୃତକଙ୍କ ପରିବାର ଲୋକ ।

Leave a Reply

Your email address will not be published. Required fields are marked *