ରାଜ୍ୟ

ଜଳସେଚନ କାର୍ଯ୍ୟଳୟ ନିକଟସ୍ଥ ଜମିରୁ ବାଇକ ସହ ଦୁଇ ଅଜଣା ଆହତ ବ୍ୟକ୍ତି ଉଦ୍ଧାର

ଗୁଣପୁର : ରାୟଗଡା ଜିଲ୍ଲା ଗୁଣପୁର ଥାନା ଉଠା ଜଳସେଚନ କାର୍ଯ୍ୟଳୟ ନିକଟସ୍ଥ ଧାନ ଜମିରୁ ଅଜଣା ଦୁଇଜଣ ବ୍ୟକ୍ତିଙ୍କ ସହ ବାଇକକୁ ଉଦ୍ଧାର କରାଯାଇଛି । ବିଲମ୍ବିତ ରାତିରେ ବାଇକ ଦୁର୍ଘଟଣା ହୋଇଥିବା ସନ୍ଦେହ କରାଯାଉଛି । ବାଇକଟି ଆସୁଥିବା ବେଳେ,ରାସ୍ତାର ଏକ ମୋଡ଼ ନିକଟରେ ଥିବା ଏକ ଧାନବିଲ ମଧ୍ୟରେ ପଡିଥିବା ଦେଖିବାକୁ ମିଳିଛି । ଆଜି ସକାଳୁ ଲୋକେ ଦେଖି ଅଗ୍ନିଶମ ବାହିନୀ ଓ ପୋଲିସ କୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ କର୍ମଚାରୀ ଦୁଇଜଣଙ୍କୁ ଡାକ୍ତରଖାନା ନେଇଥିଲେ ।

Leave a Reply

Your email address will not be published. Required fields are marked *