ଦେଶ- ବିଦେଶ

ଡଷ୍ଟବିନରୁ ନବଜାତକର ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ : ବର୍ତ୍ତମାନ ସରକାର ବେଟି ପଢ଼ାଅ ବେଟି ବଚାଓ ଯୋଜନା ଆରମ୍ଭ କରିଛନ୍ତି। ଆମ ଆଇନ ଅନୁସାରେ କନ୍ୟାଭୃଣ ହତ୍ୟା ଏକ ଦଣ୍ଡନୀୟ ଅପରାଧ । କିନ୍ତୁ ଏବେ ଏହିଭଳି ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ଦକ୍ଷିଣ ଦିଲ୍ଲୀର ନେବସରାୟ ଥାନାର ଏଭଳି ଏକ ମାମଲା ପୋଲିସର ହସ୍ତଗତ ହୋଇଛି। ନେବସରାୟ ଥାନା ଅନ୍ତର୍ଗତ ଖାନପୁର ଅଞ୍ଚଳରେ ଅଳିଆ ଡବାରୁ ଏକ ନବଜାତକର ମୃତଦେହ ଠାବ ହୋଇଛି। ସୂଚନା ଅନୁଯାୟୀ, ପୋଲିସ ଠିକ ସମୟରେ ପହଞ୍ଚି ମୃତ ଦେହକୁ ନିଜ ହେପାଜତକୁ ନେଇଛି । ଏବେ ମୃତ ଦେହକୁ ବ୍ୟବଛେଦ ପାଇଁ ପଠାଯାଇଛି। ଦକ୍ଷିଣ ଦିଲ୍ଲୀର ଡିସିପି ବେନିତା ମେରି ଯେକର କହିଛନ୍ତି ସେପ୍ଟେମ୍ବର ୨୮ ତାରିଖରେ ଖାନପୁରର ଜେଜେ କଲୋନିରେ ଅଳିଆ ଡବାରେ ଏକ ନବଜାତକର ମୃତଦେହ ପଡ଼ିଛି ବୋଲି ପିସିଆର(PCR)କୁ ସୂଚନା ମିଳିଥିଲା।

ଖବର ପାଇବା ମାତ୍ରେ ନେବସରାୟ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ନବ ଜାତକର ମୃତଦେହ ଅଳିଆ ଡବାରୁ ମିଳିଥିଲା। ଏହି ଘଟଣା ବାବଦରେ ପୋଲିସ ସ୍ଥାନୀୟ ଲୋକଙ୍କୁ ପଚରାଉଚୁରା କରିଥିଲେ ମଧ୍ୟ କୌଣସି ସନ୍ତୋଷ ଜନକ ଉତ୍ତର ପାଇ ନଥିଲା। ଭ୍ରୁଣ ଶିଶୁଟିର କୌଣସି ରେକର୍ଡ ପୋଲିସର ହସ୍ତଗତ ହୋଇନାହିଁ। ବର୍ତ୍ତମାନ ମୃତ ଶିଶୁର ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ପୋଲିସ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି। ଗତ କିଛିଦିନ ତଳେ ନରେଲା ଅଞ୍ଚଳରେ ସଦ୍ୟ ନବଜାତ ଶିଶୁ କନ୍ୟାକୁ ବୁଦା ମୂଳରେ ଫିଙ୍ଗି ଦିଆଯାଇଥିବା ଘଟଣା ସାମ୍ନାକୁ ଆସିଥିଲା। ଏହି ମାମଲାର ସୂଚନା ଦିଲ୍ଲୀ ମହିଳା ଆୟୋଗଙ୍କୁ ଦିଆଯାଇଥିଲା। ଏହା ପରେ ଡିସିଡବ୍ଲୁ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନାବାଳିକାକୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଯେଉଁଠାରେ ସେ ଏବେ ଚିକିତ୍ସାଧୀନ ଅବସ୍ଥାରେ ଅଛି।

Leave a Reply

Your email address will not be published. Required fields are marked *