ଅପରାଧମହାନଗରରାଜ୍ୟ

ମର୍ଣ୍ଣିଂ ୱାକ୍ କରୁଥିବା ବେଳେ ସାମ୍ବାଦିକଙ୍କୁ ରକ୍ତାକ୍ତ କଲେ ଦୁର୍ବୁତ୍ତ

ଭୁବନେଶ୍ୱର : ମର୍ଣ୍ଣିଂ ୱାକ୍ କରୁଥିବା ବେଳେ ଜଣେ ସାମ୍ବାଦିକଙ୍କୁ ଆକ୍ରମଣ କରି ଲୁଟ ଉଦ୍ୟମ । ଆହତ ସାମ୍ବଦିକ ଜଣଙ୍କ ସତ୍ୟସୁନ୍ଦର ଭଞ୍ଜ ବୋଲି ଜଣାଯାଇଛି । ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ସୂଚନାରୁ ଜଣାଯାଇଛି ମର୍ଣ୍ଣିଂୱାକ୍ କରୁଥିବା ସମୟରେ ୨ ଜଣ ଲୁଟେରା ସାମ୍ବାଦିକଙ୍କ ମୋବାଇଲ୍ ଛଡ଼ାଇବାକୁ ଉଦ୍ୟମ କରିଥିଲେ । ସାମ୍ବାଦିକ ଜଣକ ପ୍ରତିରୋଧ କରିବାରୁ ତାଙ୍କ ମୁଣ୍ଡକୁ ଲୁହା ରଡ଼ରେ ପିଟିଦେଲେ । ତେବେ ଲୁଟେରା ଦୁଇଜଣ ସାମ୍ବଦିକଙ୍କ ମୋବାଇଲ୍ ଲୁଟ୍ କରି ନେଇଯାଇଛନ୍ତି । ଘଟଣାଟି ୟୁନିଟ୍ ୮ ଅଞ୍ଚଳର ଡେଲଟା ଛକରେ ଘଟିଥିବା ଜଣାଯାଇଛି । ପୋଲିସ ଘଟଣାର ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *